ମହିଳା ଟି-୨୦ ବିଶ୍ଵକପ: ଫାଇନାଲରେ ଭାରତ

ମେଲବୋର୍ଣ୍ଣ,ଏଜେନ୍ସି: ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି-୨୦ କ୍ରିକେଟ ବିଶ୍ଵକପ ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ପ୍ରଥମ ଥର ପାଇଁ ମହିଳା ଟି-ଟ୍ୱେଣ୍ଟି ଦଳ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି। ବିଶ୍ୱକପ୍‌ ଆରମ୍ଭରୁ ଭାରତୀୟ ମହିଳା ଟିମ୍‌ ନିଜର ଦମ୍‌ଦାର ପ୍ରଦର୍ଶନ ଜାରି ରଖିଥିଲା । ବିଶ୍ୱକପ୍‌ର ଲିଗ୍‌ ମ୍ୟାଚ୍‌ ଚାଲିଥିବା ବେଳେ ଭାରତ ଲଗାତର ଭାବେ ବିଜୟ ହୋଇ ସେମିଫାଇନାଲରେ ପ୍ରବେଶ କରିଥିଲା। ପରେ ଏବେ ଫାଇନାଲରେ ପ୍ରବେଶ କରିଛି।

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଖେଳ ହେବା ପୂର୍ବରୁ ସିଡ୍‌ନୀରେ ଲଗାଣ ବର୍ଷା ହୋଇଥିଲା। ଫଳରେ ଟସ୍‌ ମଧ୍ୟ ପଡ଼ି ପାରିନଥିଲା । ତେଣୁ ଆଇସିସି ପକ୍ଷରୁ ସେମିଫାଇନାଲ୍‌ ମ୍ୟାଚକୁ ବାତିଲ କରିଦିଆଯାଇଲା। ଅନ୍ୟପଟେ ସେମିଫାଇନାଲ ମ୍ୟାଚ୍‌ ପାଇଁ ଟୁର୍ଣ୍ଣାମେଣ୍ଟ ମଧ୍ୟରେ କୌଣସି ରିଜର୍ଭ ଡେ’ ନଥିବାରୁ, ଗ୍ରୁପ୍‌ ଷ୍ଟେଜ୍‌ରେ ଉନ୍ନତ ପ୍ରଦର୍ଶନ କରିଥିବା ଭାରତୀୟ ମହିଳା ଦଳକୁ ଚଳିତ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିବାକୁ ସହଜ ହୋଇଛି। ତେବେ ମ୍ୟାଚ୍‌ ନଖେଳି ଇଂଲଣ୍ଡ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛି।