ଏନକାଉଣ୍ଟର ପରେ ମହିଳାମାନେ ହାଇଦ୍ରାବାଦ ପୁଲିସ ହାତରେ ରାକ୍ଷୀ ବାନ୍ଧିଲେ

ହାଇଦ୍ରାବାଦ,ଏଜେନ୍ସି: ପ୍ରାଣୀ ଚିକିତ୍ସକ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଆଜି ସକାଳେ ହାଇଦ୍ରାବାଦ ପୁଲିସ ଏନକାଉଣ୍ଟର କରିଥିବା ଜଣାଯାଇଛି। ଏ ନେଇ ହାଇଦ୍ରାବାଦ ପୁଲିସକୁ ଦେଶବ୍ୟାପୀ ପ୍ରଶଂସା କରାଯାଉଛି। ଚେତନାପାଲୀ ପୋଲ ତଳେ ପୁଲିସ ଅଭିଯୁକ୍ତମାନଙ୍କୁ ଏନକାଉଣ୍ଟର କରିଛି।

ଏହାପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଯିବାରୁ ପୁଲିସ ସ୍ଥାନକୁ ସିଲ କରିଦେଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ପୁଲିସ ଉପରକୁ ଫୁଲ ପକାଇ ସ୍ୱାଗତ କରିଛନ୍ତି। ସେହିପରି ପୀଡ଼ିତାଙ୍କ ଘର ପାଖର ମହିଳାମାନେ ପୁଲିସ କର୍ମଚାରୀଙ୍କ ହାତରେ ରାକ୍ଷୀ ମଧ୍ୟ ବାନ୍ଧିôଥବା ମଧ୍ୟ ଦେଖିବାକୁ ମିଳିଛି।