ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଚାଲିଥିବା ଯାଞ୍ଚ ମଧ୍ୟରେ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି । ଜନ୍ତର ମନ୍ତରରେ ଧାରଣାରେ ସାମିଲ ଥିବା ଜଣେ ମହିଳା କୁସ୍ତିଯୋଦ୍ଧା ସୁରକ୍ଷା ମଧ୍ୟରେ ବ୍ରିଜଭୂଷଣଙ୍କ ଘରେ ପହଞ୍ଚିଛନ୍ତି । କୁସ୍ତିଯୋଦ୍ଧାଙ୍କ ଧାରଣା ସମୟରେ ଉକ୍ତ ମହିଳା କୁସ୍ତିଯୋଦ୍ଧା ତାଙ୍କ ଘରେ ପହଞ୍ଚିବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ରିଜଭୂଷଣଙ୍କ ସହ ଚୁକ୍ତି କରିବା ପାଇଁ ମହିଳା ଜଣକ ତାଙ୍କ ଘରେ ପହଞ୍ଚିଥିବା ନେଇ ଅନୁମାନ କରାଯାଉଛି । ନାବାଳିକା ମହିଳା କୁସ୍ତିଯୋଦ୍ଧା ନିଜ ବୟାନ ବଦଳାଇବାର ଏହା କୌଣସି ଲିଙ୍କ ରହିଥିବା ନେଇ ସନ୍ଦେହ କରାଯାଉଛି ।