ମହିଳା ତହସିଲଦାରଙ୍କୁ ଜୀବନ୍ତ ଜାଳିଦେଲା ଦୁର୍ବୃତ୍ତ

ତେଲଙ୍ଗାନା : ତେଲଙ୍ଗାନାର ରଙ୍ଗାରେଡ୍ଡୀ ଜିଲାରେ ଜନୈକ ମହିଳା ତହସିଲଦାରଙ୍କୁ ଜଣେ ଦୁର୍ବୃତ୍ତ ଜୀବନ୍ତ ଜାଳି ଦେଇଛି। ଫଳରେ ତହସିଲଦାରଙ୍କ ମୃତ୍ୟୁ ଘଟିଛି। ପୁଲିସର ସୂଚନା ଅନୁସାରେ, ଜଣେ ବ୍ୟକ୍ତି ତହସିଲଦାରଙ୍କ କାର୍ୟ୍ୟାଳୟକୁ ଆସି ତହସିଲଦାର ବିଜୟାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ବିଜୟାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ଏଯାବତ୍‍ ଅଭିଯୁକ୍ତ ଫେରାର ଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ତେବେ ଏହି ଅଘଟଣର କାରଣ ଜଣାପଡ଼ି ନାହିଁ।