ମହିଳା ଟି-୨୦ ବିଶ୍ଵକପ୍: ଶ୍ରୀଲଙ୍କାଙ୍କୁ ୭ ୱିକେଟରେ ପରାସ୍ତ କଲା ଭାରତ

ମେଲବୋର୍ଣ୍ଣ,ଏଜେନ୍ସି: ମେଲବୋର୍ଣ୍ଣର ଓଭାଲ ଷ୍ଟାଡିୟମରେ ଚାଲିଥିବା ମହିଳା ଟି-୨୦ ବିଶ୍ଵକପର ୧୪ତମ ମ୍ୟାଚରେ ଭାରତ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହା ସହିତ ଭାରତୀୟ ମହିଳା ଦଳ ଟୁର୍ଣ୍ଣାମେଣ୍ଟରେ ଲଗାତାର ୪ର୍ଥ ବିଜୟ ସହିତ ଏପର୍ୟ୍ୟନ୍ତ ଅପରାଜୟ ରହିଛି।

ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୧୩ ରନ୍‌ କରିବାରେ ସମର୍ଥ ହୋଇଥିଲା। ଭାରତୀୟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ଶ୍ରୀଲଙ୍କା ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହେବା ସହିତ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ୧୧୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ମହିଳା ଦଳ ୧୪.୪ ଓଭରରେ ୩ ୱିକେଟ ବିନିମୟରେ ୧୧୬ ରନ୍‌ ସଂଗ୍ରହ କରିନେଇଥିଲା। ଭାରତୀୟ ବ୍ୟାଟ୍ସମ୍ୟାନ ଶେଫାଳୀ ବର୍ମା ସର୍ବାଧିକ ୪୭ ରନ କରିଥିଲେ। ଭାରତ ଏହାର ୪ର୍ଥ ବିଜୟ ସହିତ ଗ୍ରୁପ-ଏ’ରେ ୮ପଏଣ୍ଟ ହାସଲ କରି ଶୀର୍ଷ ସ୍ଥାନରେ ରହିଛି।