ଆନ୍ଧ୍ରପ୍ରଦେଶ ମହିଳା ପୁଲିସଙ୍କ ମହନୀୟତା: ବୃଦ୍ଧାଙ୍କ ଶେଷ ଯାତ୍ରାରେ କାନ୍ଧ ଦେଲେ

ନୂଆଦିଲ୍ଲୀ,ଏଜେନ୍ସି: ଜଣେ ଅଜଣା ବୃଦ୍ଧାଙ୍କ ଶବର ସତ୍କାର ପାଇଁ ସ୍ଥାନୀୟ ବାସିନ୍ଦା ପଛ ଘୁଞ୍ଚା ଦେବା ପରେ ଆନ୍ଧ୍ରପ୍ରଦେଶର ଜଣେ ମହିଳା ପୁଲିସ ସବ୍ ଇନ୍ସପେକ୍ଟର ତାଙ୍କୁ ୩ କିଲୋମିଟର ନିଜ କାନ୍ଧରେ ବୋହି ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ଏହି ଭିଡିଓଟି ସୋମବାର ଭାଇରାଲ ହୋଇଥିବା ବେଳେ ଏହା ଇଣ୍ଟରନେଟ ଜିତି ନେଇଛି।

ଏହି ଭିଡିଓରେ ପୁଲିସ ଡ୍ରେସରେ ଥିବା ମହିଳା ଜଣଙ୍କ କେ ଶିରିଶା ବୋଲି ଜଣାପଡ଼ିଛି। ପଲାସର ଉପକୂଳ ସହରରେ ଥିବା ଶ୍ରୀକାକୁଲମ ଜିଲ୍ଲାରେ ଜଣେ ଅଜଣା ବୃଦ୍ଧାଙ୍କ ଦେହାନ୍ତ ହୋଇଥିଲା। ଗ୍ରାମବାସୀ ମହିଳାଙ୍କ ଶବ ସତ୍କାର ପାଇଁ ରାଜି ହୋଇନଥିଲେ। ଫଳରେ ସେ ନିଜେ ଶବ ସତ୍କାର ପାଇଁ ଆଗେଇ ଆସିଥିଲେ। ଏହା ଦେଖି ଅନ୍ୟଜଣେ ବ୍ୟକ୍ତି ତାଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ଏହି ଅଜଣା ବୃଦ୍ଧାଙ୍କ ଶବକୁ ବିଲ ମଧ୍ୟ ଦେଇ କାନ୍ଧରେ ବୋହି ନେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ଏହି ଭିଡିଓ ଭାଇରାଲ ହୋଇଥିଲା। ଏନେଇ ତାଙ୍କୁ ସାଲୁଟ ମାରିବା ସହିତ ପ୍ରଶଂସା କରାଯାଇଛି।

ଆନ୍ଧ୍ରପ୍ରଦେଶ ପୁଲିସ ମଧ୍ୟ ଏହି ଭିଡିଓଟିକୁ ସେୟାର କରି ତାଙ୍କୁ ପ୍ରଶଂସା କରିଛନ୍ତି।