କ୍ୱାର୍ଟର ଫାଇନାଲରେ ପହଂଚିଲା ଭାରତୀୟ ମହିଳା ହକି ଟିମ୍

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକରେ ଭାରତୀୟ ମହିଳା ହକି ଟିମ୍ ସିଧାସଳଖ କ୍ୱାର୍ଟର ଫାଇନାଲରେ ପହଂଚିଛି। ପୁଲ ଏର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆୟରଲ୍ୟାଣ୍ଡକୁ ବ୍ରିଟେନ ହରାଇବାରୁ ଭାରତ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି।
ସୂଚନାଯୋଗ୍ୟ, ଆଜି ବନ୍ଦନା କଟାରିୟାଙ୍କ ହ୍ୟାଟ୍ରିକ ବଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ୪-୩ରେ ହରାଇଥିଲା। ଫଳରେ ଭାରତର କ୍ୱାର୍ଟର ଫାଇନାଲ ଆଶା ଉଜ୍ଜୀବିତ ହୋଇଥିଲା।