ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଡାଳପକା ପଞ୍ଚାୟତସ୍ଥିତ ଗୋପୀନାଥପୁର ଗ୍ରାମରେ ସାପ କମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ଶାନ୍ତିଲତା ମାଝୀ। ସାପ କାମୁଡ଼ିବା ପରେ ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ କଲ କରିଥିଲେ। କିନ୍ତୁ ୧୦୮ ଆମ୍ବୁଲାନ୍ସ ଆସିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଲକଡାଉନ ପାଇଁ ଭୟରେ ଅନ୍ୟ ଗାଡ଼ି ମଧ୍ୟ ମେଡିକାଲ ନେବାକୁ ରାଜି ହୋଇ ନଥିବାରୁ ଛଟପଟ ହୋଇ ମହିଳାଙ୍କ ଜୀବନ ଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।