ନକଲି ଡାକ୍ତରଙ୍କ ଔଷଧରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର,ଏନ୍ଏନ୍ଏସ୍: ନକଲି ଡାକ୍ତରଙ୍କ ଔଷଧରେ ଜଣେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ହୋଇଥିବା ନେଇ ନବରଙ୍ଗପୁର ଜିଲ୍ଲାର ରାଇଘର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ରାଇଘର ଥାନା ଅନ୍ତର୍ଗତ ହାତୀଗାଁ ପଞ୍ଚାୟତ ଅଧିନ କମଳାଡୁଡୁଗୁ ଗାଁରେ ଏହି ଅଘଟଣ ଘଟିଛି। ଏହି ଘଟଣା ନେଇ ଥାନରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ଜଣେ ଗର୍ଭବତୀ ମହିଳା ଅସୁସ୍ଥ ହେବା ପରେ ସ୍ଥାନୀୟ ଅଞ୍ଚଳର ଜଣେ କ୍ୱାକ୍‌ଙ୍କ ନିକଟକୁ ଯାଇଥିଲେ। ଗର୍ଭବତୀଙ୍କୁ କ୍ୱାକ୍ ଇଞ୍ଜେକଶନ ଦେବା ପରେ ମହିଳା ଜଣଙ୍କ ସେଠାରେ ଗୁରୁତର ହୋଇପଡ଼ିଥିଲେ। ଏହା ପରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଥିଲେ। ସେଠାରୁ ତାଙ୍କୁ ପ୍ରଥମେ ରାଇଘର ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତରଣ କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ମହଳାଙ୍କର ମୃତ୍ୟୁ ହୋଇଛି। ରାଇଘର ମେଡିକାଲ ପକ୍ଷରୁ କ୍ୱାକ୍ ନାଁରେ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଥିବା ବେଳେ କ୍ୱାକ୍ ଜଣକ ଫେରାର ଥିବା ଜଣାଯାଇଛି।