ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦୁବେଇ ପେଣ୍ଠ ଗ୍ରାମର ନୂଆ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ଖାସି ମୁଣ୍ଡ ପାଇଁ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ମହିଳା ହେଲେ ପାପୁନ ମୁଣ୍ଡାଙ୍କ ପତ୍ନୀ ପାର୍ବତୀ ମୁଣ୍ଡା ।
ସୂଚନା ଅନୁଯାୟୀ, ମହିଳାଙ୍କ ସ୍ୱାମୀ ତିନି ବର୍ଷ ହେବ ଭଦ୍ରକ ଅଞ୍ଚଳରେ ଅନ୍ୟତ୍ର ବିବାହ କରି ରହୁଥିଲେ। ମହିଳା ଜଣଙ୍କ ଗତକାଲି ତାଙ୍କ ଦିଅର ଟିକିନା ମୁଣ୍ଡାଙ୍କୁ ଟଙ୍କା ଦେଇ ଏକ ଖାସି ମୁଣ୍ଡ ଆଣିବାକୁ ବଜାରକୁ ପଠେଇ ଥିଲେ ହେଲେ ବଜାର ରେ ଖାସି ମୁଣ୍ଡ ନ ମିଳିବାରୁ ମାଛ ଆଣିଥିଲେ ଦିଅର । ଏହି ଘଟଣାକୁ ନେଇ ଉଭୟ ଭାଉଜ ଏବଂ ଦିଅରଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଭାଉଜ ପାର୍ବତୀ ମାନସିକ ଭାରସାମ୍ୟ ହରାଇ ଘର ନିକଟ ଏକ ନିମ୍ବ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଖବର ପାଇ ସାହାରପଡା ଫାଣ୍ଡି ଅଧିକାରୀ ମନୋହର ମହାନ୍ତ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।