ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଘାଟମାଲ ପଞ୍ଚାୟତ ତାଲାକୋଟ ଗ୍ରାମ ବେଲପାଟି ପଡ଼ାର ଜଣେ ବିବାହିତା ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ବିମଲେ ବନ୍ଦିଚୋର(୨୭) । ମିଳିଥିବା ରିପୋର୍ଟ ମୁତାବକ, ଗତ ବୁଧବାର ସଂଧ୍ୟାରେ କୌଣସି କାରଣରୁ ନିଜ ମାନସିକ ସନ୍ତୁଳନ ହରାଇ ବିମଲେ ବିଷ ପିଇ ଦେଇଥିବାବେଳେ ପରିବାର ଲୋକେ ତୁରନ୍ତ ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟକୁ ସ୍ତାନାନ୍ତରିତ କରାଯାଇଥିଲା । ହେଲେ ଜିଲ୍ଲା ଚିକିତ୍ସାଳୟ ନେବା ବେଳକୁ ଅଧା ବାଟରେ ବିମଲେଙ୍କ ଜୀବନ ଚାଲି ଯାଇଥିଲା । ତେବେ ମୃତ ଶରୀରକୁ ସିନାପାଲି ଫେରାଇ ଆଣି ପରିବାର ଲୋକେ ସିନାପାଲି ଥାନାରେ ଜଣାଇଥିଲେ । ଏନେଇ ସିନାପାଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ନେଇ ସୂଚନା ମିଳିଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।