ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଡେଣୁଆଁ ଗ୍ରାମରେ ସୋମବାର ନିଆଁରେ ପୋଡ଼ି ହୋଇ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ମହିଳା ଜଣଙ୍କ ହେଉଛନ୍ତି ରବୀନ୍ଦ୍ର ନାଥ ମହାନ୍ତଙ୍କ ପତ୍ନୀ ମଞ୍ଜୁଲତା ମହାନ୍ତ(୫୫)।
ସୂଚନା ଅନୁଯାୟୀ ସେ ସୋମବାର ସକାଳେ ଏକ କାଠ ଚୁଲାରେ ରୋଷେଇ କରୁଥିଲେ। ଏହି ସମୟରେ ସେ ପିନ୍ଦିଥିବା ଲୁଗାରେ ନିଆଁ ଲାଗିଯାଇଥିଲା। ଏଥିରେ ସେ ଗୁରୁତର ହୋଇଯାଇଥିଲେ। ସେଠାରେ ଉପସ୍ଥିତଥିବା ପରିବାର ଲୋକେ ନିଆଁ ଲିଭାଇ ତାଙ୍କୁ ଡାକ୍ତରଖାନା ନେଉଥିଲେ। ତେବେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।