ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତର ପ୍ରଦେଶର ମିରଟରୁ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ଗଳିତ ଶବ ଉଦ୍ଧାର ହୋଇଛି। ତାଙ୍କୁ କେହି ହତ୍ୟା କରି ଶରୀରରୁ ମୁଣ୍ଡକୁ ଅଲଗା କରି ବସ୍ତାରେ ପୂରାଇ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ପୁଲିସ୍ ଖବର ପାଇ ଫଟେହୁଲ୍ଲାପୁରଠାରେ ଥିବା ଏକ ଅଳିଆ ଗଦାରୁ ଗଳିତ ଶବ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ, ଅଳିଆ ଗଦାରେ ପଡ଼ିଥିବା ଗୋଟିଏ ବସ୍ତା ମଧ୍ୟରୁ ବୁଲା କୁକୁରମାନେ କିଛି ମାଂସ ବାହାର କରି ଖାଉଥିବା ପ୍ରଥମେ ନିକଟରେ ଖେଳୁଥିବା ପିଲାମାନେ ଦେଖିଥିଲେ। ଏହାପରେ ସେମାନେ ଏ ସମ୍ପର୍କରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ସ୍ଥାନୀୟ ଲୋକ ବସ୍ତା ନିକଟରେ ପହଞ୍ଚିଲା ବେଳକୁ ଏହା ମଧ୍ୟରୁ ପ୍ରବଳ ଦୁର୍ଗନ୍ଧ ବାହାରୁ ଥିଲା। ତୁରନ୍ତ ସେମାନେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ୍ ପହଞ୍ଚି ବସ୍ତା ଖୋଲିବାରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ଖଣ୍ଡବିଖଣ୍ଡିତ ମୃତଦେହ ଦେଖିବାକୁ ମିଳିଥିଲା।