ଭାଲୁ ଆକ୍ରମଣରେ ମହିଳା ଗୁରୁତର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ପୋଲାଣଘାଟି ଗ୍ରାମର ଜେମାମଣୀ ମୁଣ୍ଡା ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ସେଠାରୁ ତାଙ୍କୁ ପ୍ରଥମେ ଘଟଗାଁ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଆଜି ଭୋରରେ ଜେମାମଣୀ ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କ ଉପରକୁ ଭାଲୁ ଆକ୍ରମଣ କରିଥିଲା।

ଜେମାମଣୀଙ୍କ ବାମ ଜଙ୍ଘ ଏବଂ ଅଣ୍ଟାରେ ଗଭୀର ଆଘାତ ଲାଗିଛି। ଅପରପକ୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ଗାଁ’ରେ ଭାଲୁ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।