ଦେବୀ ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ଜଗତସିଂହପୁର,ଏନ୍ଏନ୍ଏସ୍: ମଙ୍ଗଳବାର ପୁର୍ବାହ୍ନରେ ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ପୋହଳ ଉପକଣ୍ଠ ଅନ୍ତର୍ଗତ ଦେବୀ ନଦୀରେ ଏକ ଅଜଣା ମହିଳାଙ୍କ ମୃତଦଦେହ ଭାସୁଥିବା ଅବସ୍ଥାରେ ପୁଲିସ ଉଦ୍ଧାର କରିଛି। ମୃତଦେହଟି ପଚି ଦୁର୍ଗନ୍ଧ ହେବା ସହିତ ଉଲଗ୍ନ ଅବସ୍ଥାରେ ଭାସୁଥିଲା। ମହିଳାଙ୍କୁ ଅନ୍ୟତ୍ର ମାରି ଦେବୀ ନଦୀକୁ ଫିଙ୍ଗି ଦିଆଯାଇଥିବା ସାଧାରଣରେ ଆଲୋଚନା ହେଉଛି। ତେବେ ମୃତ ମହିଳାଙ୍କ ପରିଚୟ ମିଳି ନଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।