ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଗାଁରେ ଉତ୍ତେଜନା

ଜଗତସିଂହପୁର,ଏନ୍ଏନ୍ଏସ୍: ଜଗତସିଂହପୁର ପୌରପରିଷଦ ୧୦ନଂ ୱାର୍ଡରେ ଏସଏଚଜି ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ୍ୟୁର କାରଣ ଏସଏଚଜି ଲିଡର ତଥା ସଭାନେତ୍ରୀ ଓ ତାର ସ୍ୱାମୀଙ୍କୁ ଦ।ୟୀ କରି ସାହିରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀ ମୃତ ମହିଳାକୁ ସେମାନଙ୍କ ପିଣ୍ଢାରେ ରଖି ହୋ ହଲ୍ଲା କରିଥିଲେ। ଗ୍ରାମରେ ଥିବା ତାଙ୍କର ଛୋଟ ତେଜରାତିକୁ ପୋଡି ଦେବାକୁ ଉଦ୍ୟମ କରିଥିଲଲେ। ଘଟଣା ସ୍ଥଳରେ ପୁଲିସ ମୁତୟନ ଅଛନ୍ତି।

ସୁଚନା ମୁତାବକ ଭାରତ ଫାଇନାନ୍ସ ଠାରୁ ଚତୁରତାର ସହିତ ଏସଏଚଜି ଲିଡର ସଭ୍ୟାମାନଙ୍କ ଦସ୍ତଖତ ନେଇ ପାଖାପାଖି ୧୦ଲକ୍ଷ ଟଙ୍କା ରୁଣ ଉଠାଇ ନେଇଥିଲେ। ଫାଇନାନ୍ସ ରୁଣ କିସ୍ତି ଫେରି ନପାଇବା ନେଇ ସମ୍ପୃକ୍ତ ସଭ୍ୟାଙ୍କ ଦ୍ୱାରସ୍ଥ ହେବା ପରେ ମହିଳା ମାନେ ସ୍ପଷ୍ଟ ହୋଇଥିଲେ। ପରେ ଲିଡର ଘରେ ପାଟିତୁଣ୍ଡ କରିବା ପରେ ସଭ୍ୟା କାଂଚନ ଭୋଇ ଅସୁସ୍ଥ ହୋଇ କଟକ ମେଡିକାଲରେ ଚିକିତ୍ସାଧିନ ଥିଲେ। ତେବେ ରବିବାର ଅପରାହ୍ଣରେ ତାଙ୍କର ମୃତ୍ୟୁ ହୋଇଥିଲା

ମୃତ ମହିଳା ଜଣଙ୍କ ଜଗତସିଂହପୁର ପୌରପରିଷଦ ଅନ୍ତର୍ଗତ ୧୦ନଂ ୱାର୍ଡର ହାଡିବନ୍ଧୁ ଭୋଇଙ୍କ ସ୍ତ୍ରୀ କାଂଚନ ଭୋଇ(୫୨) ବୋଲି ଜଣାଯାଇଛି। ସେ ଶନିବାର ଅପରାହ୍ନରେ ହଠାତ୍ ଅସୁସ୍ଥ ହୋଇପଡିବା ନେଇ କଟକ ମେଡିକାଲରେ ଭର୍ତ୍ତି ହୋଇଥିଲେ। ରବିବାର ଅପରାହ୍ନରେ କଟକ ମେଡିକାଲରେ ମୃତ୍ୟୁ ହେବା ପରେ ଉପରୋକ୍ତ ଘଟଣା ନେଇ ଉତ୍ତେଜନା ଦେଖା ଦେଇଥିଲା। ତେବେ ଏହି ଘଟଣାକୁ ପରେ ସଭାନେତ୍ରୀ ଭାରତୀ ଦାସ ଓ ତାର ସ୍ୱାମୀ ବାଦଲ ଦାସ ଫେରାର ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।