୨ମହଲାରୁ ଡେଇଁ ପ୍ରସୂତି ମୃତ

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୨ ମହଲା ଛାତରୁ ଡେଇଁ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜେମା ଭତ୍ରା। ସୂଚନା ଅନୁଯାୟୀ, ଡାବୁଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରା ଗ୍ରାମର ଧରଣୀଧର ଭତ୍ରାଙ୍କ ପତ୍ନୀ ଜେମା ଭତ୍ରା ଗତ ୩୧ ତାରିଖରେ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ। ସେହିଦିନ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।

ମଙ୍ଗଳବାର ଅପରାହ୍ଣ ୩ ଟା ସମୟରେ ମେଡିକାଲର ୨ ମହଲା ଛାତ ଉପରୁ ଡେଇଁ ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ନବରଙ୍ଗପୁର ଥାନା ଅଧିକାରୀ ତାରେକ ଅହମ୍ମଦ ଘଟଣାସ୍ଥଳରେ ପହଞ୍ଚ ଶବ ଜବତ କରିବାସହ ଘଟଣାର ତଦନ୍ତ କରୁଛନ୍ତି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।