ରାଜଧାନୀରେ ଲଜ୍ଜା, ରାସ୍ତାକଡ଼ରେ ପ୍ରସବ କଲେ ମାନସିକ ବିକାରଗ୍ରସ୍ତ ମହିଳା

କ୍ୟାପିଟାଲ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ମାଆ ଓ ଶିଶୁ ଭର୍ତ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ପବିତ୍ର ଗଣେଶ ପୂଜାରେ ଏକ ଲଜ୍ଲା ଓ ଅମାନିବିକତା ଘଟଣା ଦେଖିବାକୁ ମିଳିଛି। ଜଣେ ମାନସିକ ବିକାରଗସ୍ତ ଦିବ୍ୟାଙ୍ଗ ମହିଳା ଆଜି ଏକ ଶିଶୁପୁତ୍ରକୁ ଅସହାୟ ଅବସ୍ଥାରେ ରାସ୍ତା ପାଶ୍ୱର୍ରେ ପ୍ରସବ କରିଛନ୍ତି। ପାତ୍ରପଡ଼ା ଠାରେ କେତେକ ଏହିଭଳି ଯୌନ ପିପାସୁ ମାନସିକ ବିକାରଗସ୍ତ ମହିଳାଙ୍କୁ ଅନ୍ତସ୍ୱତ୍ତା କରାଇଥିଲେ। ଫଳରେ ମହିଳା ଜଣଙ୍କ ସୋମବାର ରାସ୍ତା କଡ଼ରେ ଅସହାୟ ଅବସ୍ଥାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। କେତେକ ଲୋକ ଏହି ଘଟଣାକୁ ଦେଖି ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଜଣାଇଥିଲେ। ଗୁରୁତର ମା’ ଓ ଶିଶୁପୁତ୍ରକୁ ଆମ୍ବୁଲାନ୍ସ ସହାୟତାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।