ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ବାରିଆ ଥାନା ଜ୍ୟୋତିପୁର ଗ୍ରାମର ନାଏକ ସାହିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ବନ୍ଦ ଘର ଭିତରୁ ଜଣେ ମହିଳାଙ୍କ ସନ୍ଦେହଜନକ ଭାବରେ ମୃତଦେହ ଉଦ୍ଧାର ହୋଇଛି। ମୃତକ ଗ୍ରାମର ସନୁ ନାଏକଙ୍କ ପତ୍ନୀ ସବିତା ନାଏକ ବୋଲି ଜଣାପଡ଼ିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଏହାଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ମହିଳାଙ୍କ ସ୍ୱାମୀ ସନୁ ନାଏକ ଜଣେ ଡ୍ରାଇଭର । ଗତକାଲି ରାତିରେ ସ୍ୱାମୀ ବାହାରେ ଥିବାବେଳେ ମହିଳା ଜଣକ ଘର ଥିଲେ। ତେବେ ସକାଳୁ ବହୁ ସମୟ ଧରି କବାଟ ନ ଖୋଲିବାରୁ ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ କେହି ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୁଲିସ ତଦନ୍ତ ଆରମ୍ଭ କରିଛି