ଆସନ୍ତା ୨୦ରୁ ବିଧାନସଭାରେ ଶୀତ ଅଧିବେଶନ

ଭୁବନେଶ୍ଵର,ଏନ୍ଏନ୍ଏସ୍: ଆସନ୍ତା ୨୦ରୁ ବିଧାନସଭାରେ ଶୀତ ଅଧିବେଶନ ଆରମ୍ଭ ହେବ। ତେବେ ଅଧିବେଶନ ପୂର୍ବରୁ ସମସ୍ତଙ୍କ କୋଭିଡ ଟେଷ୍ଟ ହେବା ବାଧ୍ୟତାମୂଳକ। ଏନେଇ ବାଚସ୍ପତି ସୂଚନା ଦେଇଛନ୍ତି। ଆସନ୍ତା ୧୭, ୧୮ ଓ ୧୯ ତାରିଖରେ ବିଧାନସଭାର ସଦସ୍ୟ ଏବଂ ବ୍ୟକ୍ତିଗତ ସଚିବଙ୍କ କୋଭିଡ ଟେଷ୍ଟ ହେବ। ବିଧାନସଭାକୁ ଯିବାକୁ ଥିବା ସାମ୍ବାଦିକମାନଙ୍କର ମଧ୍ୟ କୋଭିଡ ଟେଷ୍ଟ ହେବ।

ଦ୍ୱିତୀୟ ପର୍ଯ୍ୟାୟ ଟେଷ୍ଟ ବିଧାନସଭା ଚାଲିଥିବା ସମୟରେ ହେବ। ପ୍ରତିଦିନ ବିଧାନସଭା ପରିସରକୁ ସାନିଟାଇଜ କରାଯିବ। ସାମ୍ବାଦିକମାନଙ୍କୁ ସାନିଟାଇଜର ଓ ମାସ୍କ ଦିଆଯିବ। ତେବେ ଅଧିବେଶନରେ ପ୍ରଶ୍ନକାଳ ବାତିଲ ହେବ କି ଚାଲୁରହିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇନି। ଶୀତ ଅଧିବେଶନରେ ମଧ୍ୟ ସଦସ୍ୟମାନେ ଭିଡିଓ କନଫରେନ୍ସିଂରେ ଭାଗ ନେଇପାରିବେ।