ଶୀତଦିନେ ସକାଳୁ ଶୀଘ୍ର ଉଠିପାରୁନାହାନ୍ତି ? ତାହେଲେ ଆପଣାନ୍ତୁ ଏହି ଟିପ୍ସ

ଶୀତଦିନେ ସକାଳୁ ଉଠିବା ସବୁଠାରୁ ବଡ ଦୁଃଖର ବିଷୟ ।   ନା ନିଦ ଭାଙ୍ଗେ ନା ବ୍ଳାଙ୍କେଟ ଭିତରୁ ବାହାରକୁ ଯିବାକୁ ଇଚ୍ଛା ହୁଏ । ତେବେ ଏଥିପାଇଁ ଆପଣ ଟେନସନ ନିଅନ୍ତୁ ନାହିଁ, ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଏପରି ଟିପ୍ସ ଯାହା ଆପଣଙ୍କୁ ଏହି କଠିନ କାର୍ଯ୍ୟରେ ସାହାଯ୍ୟ କରିବ ।

ଆଲାର୍ମ :  କିଛିଲୋକ ଆଲାର୍ମ ବାଜିବା ମାତ୍ରେ ତାକୁ ବନ୍ଦ କରିଦିଦିଅନ୍ତି,  ପୁଣି ଆଉଥରେ ଶୋଇବାକୁ ଯାଆନ୍ତି। କିନ୍ତୁ ଏଥର ଆପଣଙ୍କୁ ନିଜ ମନକୁ ବୁଝାଇବାକୁ ପଡିବ ଯେ, ଆଲାର୍ମର ବାଜିବା ଅର୍ଥ ଶଯ୍ୟାରୁ ଉଠିବା । ଯଦି ଏହା ନକରିବା ତେବେ ବଡ କ୍ଷତି ହୋଇପାରେ ।

ମୋବାଇଲ୍ :  ସକାଳୁ ଉଠିବା ପରେ ବି ଯଦି ଆପଣ ଉଠିବାକୁ ସକ୍ଷମ ନୁହଁନ୍ତି ତାହେଲେ ନିଜ ମୋବାଇଲ୍ ଯାଞ୍ଚ କରନ୍ତୁ ।ମୋବାଇଲ୍ ଚଳାଇବାବେଳେ ଆପଣ ସଚେତନ ହୋଇଥାନ୍ତି ଏବଂ ଆପଣଙ୍କର ମସ୍ତିଷ୍କ ଏଥିରେ ଆକ୍ଟିଭ ହୋଇଯାଇଥାଏ । ହ୍ଵାଟ୍ସଆପ ଏବଂ ଫେସବୁକ୍ ଚେକ କରନ୍ତୁ କିମ୍ବା ଅସମ୍ପୂର୍ଣ୍ଣ ଥିବା କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତୁ । ଦେଖିବେ କିପରି ନିଦ ଏକଦମ ଉଭେଇ ଯିବ ।

ବିଛଣା ଛାଡି ଦିଅନ୍ତୁ :  ସକାଳେ ନିଦ ଭାଙ୍ଗିବା ମାତ୍ରେ ଏବଂ ଆଲାର୍ମ ବାଜିବା ମାତ୍ରେ ଶୀଘ୍ର ବିଛଣା ଛାଡ଼ିଦିଅନ୍ତୁ । ଏହିପରି ଭାବେ ଆପଣଙ୍କ ଦିନର ଆରମ୍ଭ ସକରାତ୍ମକ ହେବ ଏବଂ ପୁନର୍ବାର ଶୋଇବା ପରିବର୍ତ୍ତେ ଆପଣଙ୍କୁ ନିଜର ଦିନଚର୍ଯ୍ୟା ବଢାଇବାକୁ ଇଛା ହେବ ।

ପାଣି ପିଅନ୍ତୁ : ଆପଣଙ୍କ ଶଯ୍ୟା ନିକଟରେ ପାଣି ରଖନ୍ତୁ ଏବଂ ଖଟରୁ ଉଠିବା ପରେ ପ୍ରଥମେ ପାଣି ଏକ ଗ୍ଲାସ ପିଅନ୍ତୁ । ଏହା ଦ୍ୱାରା ଆପଣଙ୍କର ଅଳସୁଆମି ଏବଂ ନିଦ ସଙ୍ଗେ ସଙ୍ଗେ ଅଦୃଶ୍ୟ ହୋଇଯିବ  ।

ଆଲାର୍ମକୁ ଦୂରରେ ରଖନ୍ତୁ :  ଆଲାର୍ମ ସେଟ୍ କରିବା ପରେ ଘଣ୍ଟାକୁ ଆପଣଙ୍କ ପାଖରେ ରଖନ୍ତୁ ନାହିଁ । ନଚେତ୍ ଏହା ବାଜିବା ମାତ୍ରେ ଆପଣ ଏହାକୁ ବନ୍ଦ କରିଦେବେ । ଯଦି ଆଲାର୍ମ ଦୂରରେ ଥାଏ ତେବେ ଏହାକୁ ବନ୍ଦ କରିବା ପାଇଁ ଆପଣଙ୍କୁ ଖଟରୁ ଉଠିବାକୁ ପଡିବ ।  ଏହା ଆପଣଙ୍କ ନିଦ ଭାଙ୍ଗିବା ପାଇଁ ଯଥେଷ୍ଟ ।