ନଭେମ୍ବର ୧୩ରୁ ଶୀତକାଳୀନ ବିଧାନସଭା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ନଭେମ୍ବର ୧୩ ତାରିଖରୁ ଷୋଡଷ ବିଧାନସଭାର ଦ୍ୱିତୀୟ ଅଧିବେଶନ ବା ଶୀତ ଅଧିବେଶନ ଆରମ୍ଭ ହେବ । ଅଧିବେଶନର ପ୍ରଥମ ଦିନରେ ହିଁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଆଗତ ହେବ । ଡିସେମ୍ବର ୧୯ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ରହିଛି ୩୦ଟି କାର୍ୟ୍ୟଦିବସ ରହିଛି। ୧୭ ତାରିଖରୁ ଅତିରିକ୍ତ ବଜେଟ ଉପରେ ଆଲୋଚନା ଆରମ୍ଭ ହେବ ।

ନଭେମ୍ବର ୨୫ ତାରିଖରେ ଅତିରିକ୍ତ ଖର୍ଚ୍ଚଦାବି ଉପରେ ବ୍ୟୟମଂଜୁରୀ ବିଲ ଆଗତ ହେବ । ୩୦ଟି କାର୍ୟ୍ୟଦିବସ ମଧ୍ୟରୁ ୨୫ଟି ସରକାରୀ ଓ ୫ଟି ବେସରକାରୀ କାର୍ୟ୍ୟଦିବସ ରହିଛି । ଶୀତ ଅଧିବେଶନ ପାଇଁ ରାଜ୍ୟପାଳଙ୍କ ମଂଜୁରୀ ମିଳିବା ପରେ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।