ଦାରିଙ୍ଗବାଡି,ଏନ୍ଏନ୍ଏସ୍ : ଦାରିଙ୍ଗବାଡ଼ି ଅଂଚଳରେ ଚଳିତବର୍ଷର ପ୍ରଥମ ତୁଷାରପାତ ହୋଇଛି । ଦାରିଙ୍ଗବାଡ଼ିରେ ତାପମାତ୍ରା ୫.୫ ଡିଗ୍ରୀ ସେଲ୍ସିଅସ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି ।
ଏହିଭଳି ବରଫପାତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ଦାରିଙ୍ଗବାଡ଼ି ଅନ୍ତର୍ଗତ ସିମନବାଡ଼ିରାଜୀବନଗର,ମଲୁକଚେରୀ,ଡକରବାଡ଼ି,ସାରୁମାହା,ପାଙ୍ଗାଲି ଭଳି ଅଂଚଳର ପାଳଗଦା ସହ ପାଳଗଦା ଗୁଡିକ ପାଖରେ ରହିଥିବା ବାଉଁଶ ଗୁଡିକରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଏଭଳି ତୁଷାରପାତ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ପର୍ୟ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ବର୍ଷର ଶେଷ ରବିବାର ହୋଇଥିବା ବେଳେ ରବିବାର ଦିନ ଏ ଦାରିଙ୍ଗବାଡ଼ିର ପର୍ୟ୍ୟଟନ ସ୍ଥଳୀ ଗୁଡିକରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।