କରୋନା ପ୍ରଭାବ, ନିର୍ଦ୍ଧାରିତ ସମୟରେ ହୋଇପାରିବ ନାହିଁ ଟୋକିଓ ଅଲମ୍ପିକ

ଟୋକିଓ,ଏଜେନ୍ସି: ନିର୍ଦ୍ଧାରିତ ସମୟରେ ଟୋକିଓ ଅଲମ୍ପିକ ହୋଇପାରିବ ନାହିଁ। ଏ ନେଇ ସ୍ପଷ୍ଟ କରିଛନ୍ତି ଅଷ୍ଟ୍ରେଲିଆ ଅଧିକାରୀ। ତେଣୁ ଏଥଲିଟ୍‌ ମାନଙ୍କୁ ୨୦୨୧ ପାଇଁ ପ୍ରସ୍ତୁତ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାମୁତାବକ ଆମେରିକା ସମେତ ବହୁ ଦେଶ କରୋନା ଭୂତାଣୁ ସଂକ୍ରମଣ ହୋଇଛି। ଯାହାଦ୍ୱାରା ଯୋଗୁଁ ଟୋକିଓ ଅଲମ୍ପିକ୍‌କୁ ସ୍ଥଗିତ କରିବାକୁ ଦାବି କରିଥିଲେ। କିନ୍ତୁ ଆଇଓସି ଏପର୍ୟ୍ୟନ୍ତ ନିଜର ନିଷ୍ପତ୍ତି ସ୍ପଷ୍ଟ କରିପାରିନାହିଁ।

ତେବେ ଅଷ୍ଟ୍ରେଲିଆ ଅଲମ୍ପିକ୍‌ ଅଧିକାରୀଙ୍କ କହିବା ମୁତାବକ ବର୍ତ୍ତମାନ ଏହା ସ୍ଫଷ୍ଟ ଯେ, ଟୋକିଓ ଗେମ୍ସ ନିର୍ଦ୍ଧାରିତ ସେଡ୍ୟୁଲ ଅନୁସାରେ ହେବ ନାହିଁ। ଏଥିପାଇଁ ଏଥଲେଟିମାନଙ୍କୁ କୁହାଯାଇଛି ଯେ ସେମାନେ ଏବେ ୨୦୨୧ ଅଲମ୍ପିକ୍‌ ପାଇଁ ପ୍ରସ୍ତୁତ ହୁଅନ୍ତୁ। ସାରା ବିଶ୍ୱରେ ଆତଙ୍କ ରଚିଥିବା କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।