କରୋନା ସରିବା ପରେ ସିଏଏ ଲାଗୁ ହେବ: ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଂଶୋଧିତ ନାଗରିକତା ଆଇନ(ସିଏଏ)କୁ ନେଇ ବଡ଼ ବୟାନ ଦେଇଛନ୍ତି । ପଶ୍ଚିମବଙ୍ଗ ଗସ୍ତରେ ଥିବା ଶାହ ମେଦିନାପୁରରୁ କହିଛନ୍ତି ଯେ, ସଂଶୋଧିତ ନାଗରିକତା ଆଇନରେ ବାସ୍ତବିକତା ରହିଛି ଏଥିରେ ତୃଣମୂଳ କଂଗ୍ରେସ କିଛି କରିପାରିବ ନାହିଁ । ଏହି ଆଇନ କଦାପି କାର୍ଯ୍ୟକ୍ଷମ ହେବନାହିଁ ବୋଲି ତୃଣମୂଳ କଂଗ୍ରେସ ଅପପ୍ରଚାର କରୁଛି । କିନ୍ତୁ ମୁଁ ସେମାନଙ୍କୁ କହିବାକୁ ଚାହିଁବି କି, କରୋନା ସରିବା ପରେ ସିଏଏ ଲାଗୁ କରିବୁ । ମମତା ଦୀଦୀ ଅନୁପ୍ରବେଶ ଚାହୁଁଛନ୍ତି କିନ୍ତୁ ସିଏଏ ଉପରେ ଆମେ କାର୍ଯ୍ୟ କରିବୁ ।

ସୂଚନାଯୋଗ୍ୟ, ସିଏଏକୁ ନେଇ ୨୦୧୯ ଶେଷ ଓ ୨୦୨୦ ପ୍ରାରମ୍ଭରେ ପ୍ରଦର୍ଶନ ହୋଇଥିଲା ।