ସ୍ତ୍ରୀକୁ ହତ୍ୟା କଲା ମଦ୍ୟପ ସ୍ୱାମୀ

କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ସଦର ଥାନା ଧଉଡ଼ାପଦରରେ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଛି । ଅଭିଯୁକ୍ତ ସ୍ୱାମୀ କାର୍ତିକ ଟାକ୍ରୀକୁ ପୁଲିସ୍ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ମିଳିଥିବା ରିପୋର୍ଟ ମୁତାବିକ, ଧଉଡ଼ାପଦର ଗ୍ରାମରେ କାର୍ତିକ ଟାକ୍ରୀର ଏକ ଚିକେନ୍ ଦୋକାନ ରହିଛି। ରବିବାର ବିଳମ୍ବିତ ରାତିରେ କାର୍ତିକ ମଦ ପିଇ ଫେରିବା ପରେ ସ୍ତ୍ରୀ ମିଲି ସହ ଝଗଡ଼ା ହୋଇଥିଲା। କାର୍ତିକ ରାଗିଯାଇ କୁକୁଡ଼ା କାଟିବା ଏକ କଟୁରୀରେ ମିଲିର ବେକକୁ ହାଣି ଦେବାରୁ ଘଟଣାସ୍ଥଳରେ ସେ ମୃତ୍ୟୁବରଣ କରିଥିଲେ। ଖବର ପାଇ କୋରାପୁଟ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍ତ୍ତିକକୁ ଗିରଫ କରିଥିବାବେଳେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।