ଯୌତୁକ ପାଇଁ ବଧୂ ହତ୍ୟା, ସ୍ୱାମୀ ଅଟକ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଥାନା ଅନ୍ତର୍ଗତ ଡୁମେରପଦର ଗାଁର ଲଳିତ ବେହେରାଙ୍କ ପୁଅ ଦୀପକ ବେହେରା ସହ ବେଳପଡ଼ା ବ୍ଲକ୍ ଥୁଡିବାହାଲ ଗ୍ରାମର ତୁଲାରମ ବେହେରାଙ୍କ ଝିଅ ସୁଦୋସନା ଶହଙ୍କ ୨୦୧୯ ଏପ୍ରିଲ ୨୬ ତାରିଖରେ ବୈଦିକ ରୀତିନୀତି ଅନୁସାରେ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହର ଏକ ମାସ ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ଲାଗି ରହିଥିଲା। ଏନେଇ ଉଭୟ ପରିବାର ଓ ଜାତି ମଧ୍ୟରେ ସମାଧାନ ପାଇଁ ବହୁବାର ସଭା ହୋଇଥିଲା। ଝିଅକୁ ବାରମ୍ବାର ଅଧିକ ଯୌତୁକ ଆଣିବା ପାଇଁ ସ୍ୱାମୀ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଆସୁଥିଲେ।

ହଠାତ ଗତକାଲି ରାତିରେ ସୁଦୋସନାର ମୃତ୍ୟୁ ହୋଇଥିଲା। ପରେ ସୁଦୋସନାର ସ୍ୱାମୀ ରାତିରେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଝିଅର ପରିବାର ଲୋକେ ଖବରପାଇ ପାଟଣାଗଡ଼ ଡାକ୍ତରଖାନା ଆସି ଝିଅକୁ ଦେଖିବା ପରେ ପାଟଣାଗଡ଼ ଥାନାରେ ଝିଅର ବଡ ଭାଇ ଝସକେତନ ବେହେରା ମୋ ଭଉଣୀକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ପାଟଣାଗଡ଼ ପୁଲିସ ଡାକ୍ତରଖାନାରେ ପହଞ୍ଚି ଅଧିକ ତଦନ୍ତ କରି ସୁଦୋସନାର ସ୍ୱାମୀ ଦୀପକ ବେହେରାକୁ ଥାନାକୁ ଆଣି ଅଟକ ରଖିଛି। ଏଥିସହ ଏକ ମାମଲା ରୁଜୁ କରି ଥାନା କେସ୍ ନଂ- ୨୦/ ୨୧, ଭାରତୀୟ ପିଙ୍ଗଲ କୋଡ଼ର ୪୯୮(ଏ), ୩୦୨, ୩୦୪(ବି), ଆଇପିସି ୪ ଡୁ ଆକ୍ଟରେ ଅଧିକ ତଦନ୍ତ ଜାରି ରଖିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।