ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ

ସମ୍ବଲପୁର,ଏନ୍ଏନ୍ଏସ୍ସୂବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲ୍ଲୀ ଥାନା ତମାମୁରା ଗାଁ’ରେ ସ୍ୱାମୀଙ୍କୁମୁଖାଗ୍ନି ଦେଲେ ସ୍ତ୍ରୀ। ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଚନ୍ଦ୍ରମଣି ଭୂଇଁ କେନାଲକୁ ଗାଧୋଇବାକୁ ଯାଇଥିବାବେଳେ ସେ ବିଳମ୍ବ ପର୍ଯ୍ୟନ୍ତ ଫେରିନଥିଲେ। ପରେ ଚନ୍ଦ୍ରମଣିଙ୍କ ମୃତଦେହ କେନାଲରେ ପଡ଼ିଥିବା ଗ୍ରାମବାସୀ ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବିନିକା ଡାକ୍ତରଖାନା ପଠାଇଥିଲା। ବ୍ୟବଚ୍ଛେଦ ପରେ ଚନ୍ଦ୍ରମଣିଙ୍କ ମୃତଦେହକୁ ତାଙ୍କ ସ୍ତ୍ରୀ ପାର୍ବତୀଙ୍କୁ ହସ୍ତାନ୍ତର କରାଯାଇଥିଲା। ପାର୍ବତୀଙ୍କ କେହି ସମ୍ପର୍କୀୟ ନଥିବାରୁ ସେ ନିଜେ ସ୍ୱାମୀଙ୍କ ଚିତାକୁ ମୁଖାଗ୍ନି ଦେଇଥିଲେ। ସତ୍କାର ସମୟରେ ସରପଞ୍ଚଙ୍କ ସହିତ ଗାଁ ଲୋକେ ଉପସ୍ଥିତ ରହି ତାଙ୍କୁସାହାଯ୍ୟ କରିଥିଲେ।