ଗ୍ରୀଷ୍ମ ଦିନରେ ଗରମ ପାଣି ପିଇବା କାହିଁକି ଜରୁରୀ ହୋଇଥାଏ ଆସନ୍ତୁ ଜାଣିବା

ନିତିଦିନ ବ୍ୟୁରୋ: ଗ୍ରୀଷ୍ମ ଦିନରେ ଉଷୁମ ପାଣି ପିଇବାକୁ ପରାମର୍ଶ ଦିଆଯାଇଥାଏ। କାରଣ ଉଷୁମ ପାଣି ଶରୀର ପାଇଁ ଖୁବ୍ ଲାଭଦାୟୀ ହୋଇଥାଏ। କରୋନା ଦାଉରୁ ରକ୍ଷା ପାଇବା ପାଇଁ ସରକାର ମଧ୍ୟ ଗରମ ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ସଂକ୍ରମଣ ଖୁବ୍ କମ୍ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗ୍ରୀଷ୍ମ ଦିନରେ ଗରମ ପାଣି ପିଇବା କାହିଁକି ଜରୁରୀ ହୋଇଥାଏ।

-ସକାଳୁ ଉଠି ଏକ କପ୍ ଗରମ ପାଣି ପିଇଲେ ଶରୀର ମଧ୍ୟରେ ଥିବା ସମସ୍ତ ବିଷାକ୍ତ ତତ୍ତ୍ୱ ବାହାରି ଯାଇଥାଏ।

-ଥଣ୍ଡା ପାଣି ପିଇଲେ ଖାଦ୍ୟରେ ଥିବା ତେଲ ଫ୍ୟାଟରେ ପରିଣତ ହୋଇଥାଏ। କିନ୍ତୁ ଗରମ ପାଣି ପିଇଲେ ପାଚନ କ୍ରିୟାରେ ସହାୟକ ହୋଇଥାଏ।

– ଏହା ଋତୁକାଳୀନ ଜ୍ୱର ଓ ଥଣ୍ଡା କବଳରୁ ଦୂରେଇ ରଖିଥାଏ।

– ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାରୁ ମହିଳାଙ୍କୁ ରକ୍ଷା କରିଥାଏ।

-ଓଜନ କମ୍ କରାଇବାରେ ମଧ୍ୟ ସହାୟକ ହୋଇଥାଏ।

-ଏହା ପେଟ ଓ କିଡନୀକୁ ମଧ୍ୟ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।