ଛେରାପହଁରାକୁ କାହିଁକି ଆସିଲେନି ଗଜପତି ?

ଭୁବନେଶ୍ୱର : ଆଜି ଶ୍ରୀଜୀଉଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । କିନ୍ତୁ ଏହି ଶୁଭ କାର୍ଯ୍ୟରେ ସ୍ନାନ ମଣ୍ଡପକୁ ସେବା ପାଇଁ ଗଜପତି ମହାରାଜ ଆସିନଥିଲେ । ମହାରାଜଙ୍କ ପ୍ରତିନିଧି ଭାବେ ମୁଦିରଥ ଛେରାପହଁରା କାର୍ଯ୍ୟ ତୁଲାଇଥିଲେ । ହେଲେ କାହିଁକି ଗଜପତି ମହାରାଜା ଛେରାପହଁରା ପାଇଁ ଆସିନଥିଲେ । ଏହି ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସରକାରଙ୍କ ଲକଡାଉନ ନିୟମ ବଳବତ୍ତର ଥିବାରୁ ସେ ଯୋଗ ଦେଇପାରିଲେ ନାହିଁ । ୭ ରୁ ଅଧିକ ଲୋକଙ୍କ ମନ୍ଦିର ବାହାରେ ଏକାଠି ହେବାକୁ ଅନୁମତି ନାହିଁ । ଏହାସହ ୬୫ବର୍ଷରୁ ଅଧିକ ବୟସ୍କଙ୍କୁ ଘରୁ ବାହାରିବାକୁ ମଧ୍ୟ ମନା କରାଯାଇଛି । ତେଣୁ ସେ ସ୍ନାନ ମଣ୍ଡପକୁ ଛେରାପହଁରା ପାଇଁ ଯାଇପାରିଲେ ନାହିଁ ।

ଏହାସହ ଛେରାପହଁରା କରିନପାରିବା ତାଙ୍କ ସମୟରେ ଇତିହାସରେ ଏହା ଦ୍ୱିତୀୟ ଥର । କାରଣ ଥରେ ୧୯୭୬ମସିହାରେ ଆମେରିକାରେ ଚିକିାଗୋ ସେ ଆଇନ୍ ପାଠ ପଢ଼ିବା ସମୟରେ ଆସି ପାରିନଥିଲେ । ସେହିପରି ଆଜି କରୋନା କଟକଣା ପାଇଁ ଯୋଗ ଦେଇପାରି ନାହାନ୍ତି ବୋଲି ସେ କହିଛନ୍ତି । ମହାପ୍ରଭୁଙ୍କ ଇଚ୍ଛାରେ କୌଣସି କାମ ହୋଇପାରିବ ନାହିଁ। ତେଣଉ ଏ ମଧ୍ୟ ଆପ ପାଇଁ ଏକ ପରିକ୍ଷା ବୋଲି ଆମ ଧରିବା। ଆମ ମାନଙ୍କର ଯେଉଁ ଭାବନା ମସସ୍ତ ଓଡ଼ିଆ ମାନଙ୍କର ଏବଂ ଶ୍ରୀମନ୍ଦିର ପରିଚାଳନା ସମିତିର ଯେଉଁ ସବୁ ଆଲୋଚନା ହେଲା ଏବଂ ଶଙ୍କରାଚାର୍ଯ୍ୟଙ୍କ ଯେଉଁ ଆଦେଶ, ଏଯେଉଁ ମହାମରିରୀ ନିମକାନୁନ ଅଛି ତାହା ଭିତରେ ମହାପ୍ରଭୁଙ୍କର ବିଧି ପାଳିତ ହଉ। ତେଣୁ ଯେବେଠୁ ଆକର କୋଭିଡ୍-୧୯ ଲକଡାଉନ ଆରମ୍ଭ ହୋଇଛି, ବାହାରେ ତ ମହାପ୍ରଭୁଙ୍କ ଯାତ୍ରା ସମ୍ଭବ ହୋଇପାରୁ ନାହିଁ କିନ୍ତୁ ଭିତରେ ମହାପ୍ରଭୁଙ୍କର ନୀତି ଦୈନିକ ସେବା ପୂଜା ଏବଂ ପର୍ବ ପର୍ବାଣୀ ପାଳିତ ହେଉଛି। ଯେଉଁ ଯାତ୍ରା ବାହାରେ ହେଉଥିଲା ଜଗତଗୁରୁଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ମନ୍ଦିର ଭିତରେ ହେଉଛି।

ମହାପ୍ରଭୁଙ୍କ ସ୍ନାନଯାତ୍ରା ମନ୍ିର ପରିଷଦ ଭିତରେ ପରିଚାଳିତ ହେଉଛି। ତେଣୁ ଆମର ସିମିତି ସେବାୟତଙ୍କ ଉପସ୍ଥିତିରେ ସ୍ନାନ ଯାତ୍ରା ପରରିଚାଳି ହୋଇଛି। କିନ୍ତୁ ଭକ୍ତମାନଙ୍କ ଶ୍ରୀମନ୍ଦିର ଭିତରେ କି ବଡ଼ଦାଣ୍ଡରେ ହୋଇପାରୁ ନାହିଁ। ଏହି ସ୍ନାନ ଯାତ୍ରାରେ ଯେଉଁ ଭକ୍ତମାନେ ଆସିପାରୁ ନାହାଁନ୍ତି ପୁରୀ ଶ୍ରୀକ୍ଷେତ୍ରକୁ, ଯାଇପାରୁନାହାନ୍ତି ସ୍ନାନ ମଣ୍ଡପ ଉପରକୁ ମହାପ୍ରଅଭୁଙ୍କ ହାତୀଭେଷ ଦେଖିବାକୁ, ସେମାନେ ଚିନ୍ତା କରିବେ ଯେ, ମୁଁ ଯେଉଁ ଏଇଠି ବସିକୁ ଦର୍ଶନ କରୁଛି ଏ ଦର୍ଶନ ଆଉ ସେ ଦର୍ଶନ ଭିତରେ କøଣସି ପାର୍ଥକ୍ୟ ଅଛିକି ? ଯେ ବାସ୍ତବ ଭକ୍ତ ସେ ସିଡଧା ବୁଝିଯିବ ଯେ, କୌଣସି ପାର୍ଥକ୍ୟ ନାହିଁ ବୋଲି।

କାରଣ ବାସ୍ତବ ଦର୍ଶନ ସ୍ଥୁଳ କ୍ଷେତ୍ରରେ ହୁଏନା, ବାସ୍ତବ ଦର୍ଶନ ଅନ୍ତରର କ୍ଷେତ୍ରରେ ହୁଏ। ସୁକ୍ଷ୍ମକ୍ଷେତ୍ରରେ ହୁଏ। ସେ ହେଉଛି ବାସ୍ତବ ଦର୍ଶନ। ଆଉ ଯିଏ ପରମ ଭକ୍ତ ସେ ସମୁଦ୍ର କୂଳରେ ଠିଆ ହୋଇ ମଧ୍ୟ ଦର୍ଶନ କରିବ ଯେମିତି ଗୁରୁନାନକ କଲେ ବା ବାହାରେ ବସିକି ଠାକୁର ହରିଦାଶଙ୍କ ପରି ଓ ଭକ୍ତ ଶାଳବେଗ ଯେକିତି ବାହାରେ ରହିକି ମଧ୍ୟ ଦର୍ଶନ କରିଥିଲେ। କ’ଣ ଆମେ କହିବା ଯେ ସେମାନେ ମନ୍ଦିର ଭିତରକୁ ଯାଉନଥିଲେ। ଭକ୍ତଶାଲବେଗ ଓ ଠାକୁର ହରିଦାଶ। ଆଉ ଆମେ କ’ଣ କହିବା ସେ ନିମ୍ନ ଭକ୍ତ ଓ ଯିଏ ଠାକଚରଙ୍କୁ ପଖୋରୀକୁ ଯାଇ ଯିଏ ଦର୍ଶନ କଲା ସେ ବଡ଼ ଭକ୍ତ। ଆମେ ଏହାକୁ କହିପାରିବା ନାହିଁ। ତେଣୁ ଭକ୍ତି ହେଉଛି ହୃଦୟର କଥା ସେ ଭାବର ଠାକୁର ଆଉ ଯେଉଁଠି ଭାବ ଅଛି ସେଇଠି ଭକ୍ତି ଅଛି ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି।