ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରି ସମୟରେ ବିଶେଷ ଭାବେ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି। ଏହାବ୍ୟତୀତ ସଂକ୍ରମିତ ରୋଗୀଙ୍କୁ ହସ୍ପିଟାଲରେ ସୁରକ୍ଷିତ ଚିକିତ୍ସା କରିବାର ଆବଶ୍ୟକତା ରିହଛି। କେବଳ ରୋଗୀଙ୍କ ପାଇଁ ନୁହେଁ ହସ୍ପିଟାଲ ଡାକ୍ତର ଓ କର୍ମଚାରୀଙ୍କ ସୁରକ୍ଷା କଥାକୁ ମଧ୍ୟ ସମାନ ଭାବେ ଗୁରୁତ୍ୱ ଦିଆଯାଉଛି। ସେଥିଲାଗି ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ୍ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ଏହି ଟିମ୍ ହସ୍ପିଟାଲ ଆସି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ରାଜ୍ୟ ସରକାରଙ୍କ ଏକ ଟିମ୍ ଉପସ୍ଥିତ ଥିଲେ। ଏହି ଭିତ୍ତିରେ ଡବ୍ଲ୍ୟୁଏଚଓର ଟିମ୍ ଲିଡର ଡାକ୍ତର ନିହାର ରାୟ ଓ ୟୁଏନଏଫପିଏର ରାଜ୍ୟ ସଂଯୋଜକ ଡାକ୍ତର ଦୀପା ପ୍ରସାଦ ପ୍ରମୁଖ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଥିଲେ। କରୋନା ମହାମାରୀ ପରିସ୍ଥିତିରେ ରାଜ୍ୟର ଯେକୌଣସି ହସ୍ପିଟାଲ କରୋନା ପାଇଁ ପ୍ରସ୍ତୁତ ରହିବା ଜରୁରି ବୋଲି ସେ କହିଥିଲେ। ଏଭଳି ପରିସ୍ଥିତିରେ କରୋନା ସଂକ୍ରମିତଙ୍କୁ କିଭଳି ଚିହ୍ନଟ କରାଯିବ ଓ ସେମାନଙ୍କୁ ଅଲଗା ରଖାଯିବ ତାହାର ଏକ ପ୍ରୋଟୋକଲ ରହିବା ଜରୁରି ବୋଲି ଅଧିକାରୀମାନେ କହିଛନ୍ତି।