ନିହାରିକାଙ୍କ ହତ୍ୟାକାରୀ କିଏ ? ୬ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ

ଜଗତସିଂହପୁର,ଏନ୍ଏନ୍ଏସ୍ : ନର୍ସ ନିହାରିକାଙ୍କ ମୃତ୍ୟୁକୁ ନେଇ ବଢ଼ିବାରେ ଲାଗିଛି ସସପେନ୍ସ। ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବାକୁ ୬ଜଣଙ୍କୁ ରାତି ଅଧିଆ ଉଠାଇ ଆଣିଛି ବିରିଡି ଥାନା ପୁଲିସ। ମଙ୍ଗଳବାର କୁଳକଇଜଙ୍ଗା ନିକଟ ବିଲୁଆଖାଇ ନଦୀ ପଠାରୁ ନିହାରିକାଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରିଥିଲା ପୁଲିସ । ନିହାରିକାଙ୍କ ହତ୍ୟାକାଣ୍ଡରେ ପ୍ରେମିକ ରାଜାଙ୍କ ସପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ନହାରିକାଙ୍କୁ କିଏ ମାରିଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ।
ଗତ ୮ତାରିଖରେ ନିହାରିକା ନିଖୋଜ ଥିବା ନେଇ ପରିବାର ଲୋକଙ୍କ ମଧ୍ୟରୁ ମଧୁପାଟଣା ଥାନାରେ ଅଭିଯୋଗ ହୋଇଥିଲା।
ପରିବାର ଲୋକ ସନ୍ଦେହ କରୁଥିଲେ ଯେ ନିହାରିକା ତାଙ୍କ ପ୍ରେମିକ ରାଜା ସହିତ କୁଆଡ଼େ ଚାଲିଯାଇଛନ୍ତି। ସେହିଦିନ ଠାରୁ ରାଜାର ମଧ୍ୟ ଖୋଜ ଖବର ନଥିଲା।

ସିସିଟିଭି ଫୁଟେଜ ଅନୁଯାୟୀ,ଗତ ୮ତାରିଖ ଅପରାହ୍ନ ୪ଟାରେ ସେ ହସ୍ପିଟାଲରୁ ବାହାରିଥିଲେ। ହସ୍ପିଟାଲ ସମ୍ମୁଖରେ ରାଜା ଏକ ବାଇକରେ ତାଙ୍କୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ଏହାପରେ ପୁଲିସ ରାଜାଙ୍କୁ ଆଣି ଘଟଣାସମ୍ପର୍କରେ ଅଧିକ ପଚାରା ଉଚରା କରୁଛି।
ଭୁବନେଶ୍ୱର ବାଲିପାଟଣା ଥାନା ଅନ୍ତର୍ଗତ ଭିଙ୍ଗାପୁର ଗାଁରେ ନିହାରିକାଙ୍କ ଘର। ସେ କଟକରେ ଏକ ଘରୋଇ ନସିଂହୋମରେ ନର୍ସ ଭାବେ କାର୍ଯ୍ୟକରୁଥିଲେ।