ଇସଲାମାବାଦ୍,ଏଜେନ୍ସି: ପାକିସ୍ତାନର ନ୍ୟାଶନାଲ ଆସେମ୍ବଲିରେ ଶନିବାର-ରବିବାର ରାତି ଇମ୍ରାନ୍ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟିଂ ହୋଇଛି । ଏଥିରେ ଇମ୍ରାନ୍ଙ୍କ ପରାସ୍ତ ହୋଇଛି। ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ପାଇଁ ଶାହବାଜ୍ ଶରୀଫଙ୍କ ରାସ୍ତା ସଫା ହୋଇଯାଇଛି। ଶାହବାଜ ଶରୀଫ ପାକିସ୍ତାନ ମୁସଲିମ୍ ଲିଗ୍ (ପିଏମ୍ଏଲ-ଏନ୍)ର ସାଂସଦ ଅଟନ୍ତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରୀଫଙ୍କ ଶରୀଫଙ୍କ ସାନ ଭାଇ।
ଶାହବାଜ ଶରୀଫ ୨୦୧୮ ଅଗଷ୍ଟ ୧୩ରୁ ନ୍ୟାସନାଲ ସଂସଦର ସଦସ୍ୟ ଅଛନ୍ତି ଏବଂ ବିରୋଧୀ ଦଳର ନେତା ମଧ୍ୟ ଅଟନ୍ତି। ଏହା ପୂର୍ବରୁ ଶାହବାଜ ଶରୀଫ ୩ ଥର ପଞ୍ଜାବ ମୁଖ୍ୟମନ୍ତ୍ରୀ ଥିଲେ। ସେ ସର୍ବାଧିକ ସମୟ ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା ନେତା। ବର୍ତ୍ତମାନ ପିଏମ୍ଏଲ-ଏନ୍ର ଅଧ୍ୟକ୍ଷ।
ଶାହବାଜ ଶରୀଫ ୧୯୫୧ ମସିହା ସେପ୍ଟେମ୍ବର ୨୩ରେ ଲାହୌର ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ମହମ୍ମଦ ଶରୀଫ ଜଣେ ବ୍ୟବସାୟୀ ଥିଲେ। ସେ ସବୁବେଳେ ବ୍ୟବସାୟ ପାଇଁ କଶ୍ମୀର ଅନନ୍ତନାଗ ଯିବା ଆସିବା କରୁଥିଲେ। ପରେ ତାଙ୍କ ପରିବାର ଅମୃତସରରେ ବସିଥିଲା।
୧୯୪୭ରେ ଭାରତ ବିଭାଜନ ହେଲା। ପାକିସ୍ତାନର ସୃଷ୍ଟି ହେଲା। ମହମ୍ମଦ ଶରୀଫ ସେହି ସମୟରେ ଅମୃତସର ଠାରୁ ଲାହୌର ସ୍ଥାନାନ୍ତରିତ ହୋଇଥିଲେ। ଶାହବାଜ ଶରୀଫଙ୍କ ମା’ ପୁଲୱାମାର ଝିଅ ଥିଲେ। ଲାହୌରର ଏକ ସରକାରୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପରେ ଶାହବାଜ ନିଜର ପରିବାର ବ୍ୟବସାୟ କରିଥିଲେ। ଶହବାଜଙ୍କ ୨ ଜଣ ବଡ ଭାଇ ଅବ୍ୱାସ ଶରୀଫ ଓ ନୱାଜ ଶରୀଫ ଅଛନ୍ତି। ନୱାଜ ଶରୀଫ ୩ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୧୯୭୩ରେ ଶହବାଜ ନିଜର କଜିନଙ୍କୁ ବିବାହ କରିଥିଲେ। ତାଙ୍କର ୪ଜଣ ସନ୍ତାନ ଅଛନ୍ତି। ୨୦୦୩ରେ ଶହବାଜ ଦ୍ୱିତୀୟ ବିବାହ କରିଥିଲେ। କୁହାଯାଇଥାଏ ଯେ, ଶହବାଜ ନିଜର ଭାଇ ନୱାଜଙ୍କ ଠାରୁ ଅଧିକ ଧନୀ।