ଭାରତରେ କରୋନାର ଦ୍ୱିତୀୟ ଲହର ନେଇ ‘ହୁ’ର ଉଦବେଗ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ଦେଖାଦେଇଥିବା ଡବଲ ମ୍ୟୁଟାଣ୍ଟ ଉଦ୍ବେଗର କାରଣ ହୋଇଛି। ଏହା ଦ୍ରୁତବେଗରେ ସଂକ୍ରମିତ ହେଉଥିବାରୁ ଏଥିନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଉଦ୍ବେଗ ପ୍ରକାଶ କରିଛି। ଭାରତରେ ଦେଖାଦେଇଥିବା କରୋନାର ନୂଆ ରୂପ ବି.୧.୧.୬୧୭ ଗତବର୍ଷ ଅକ୍ଟୋବରରେ ଚିହ୍ନଟ ହୋଇଥିଲା। ତେବେ ଡବ୍ଲ୍ୟୁଏଚ୍ଓର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍ କହିଛନ୍ତି, ଭାରତରେ ଦେଖାଦେଇଥିବା ଡବଲ୍ ମ୍ୟୁଟାଣ୍ଟ ବିରୋଧରେ ସମସ୍ତ କରୋନା ଟିକା ଫଳପ୍ରଦ ହେବ। ତେଣୁ ଟିକାକରଣକୁ ଜୋରଦାର କରାଗଲେ ସଂକ୍ରମଣ ରୋକାଯାଇ ପାରିବ।