ଜେନିଭା, ଏଜେନ୍ସି: ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବା କରୋନା ମହାମାରୀ ଆସନ୍ତା ଦୁଇ ବର୍ଷରେ ଲୋପ ପାଇଯିବ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ପକ୍ଷରୁ କୁହାଯାଇଛି। ଜେନିଭା ଠାରେ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନମ ଘେବ୍ରେୟସସ କହିଛନ୍ତି ଯେ ଆସନ୍ତା ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ କରୋନା ଭାଇରସ ଲୋପ ପାଇଯିବାର ସମ୍ଭାବନା ରହିଛି। ୧୯୧୮ରେ ହୋଇଥିବା ସ୍ପାନିଶ ଭାଇରସ ତୁଳନାରେ କରୋନା ଭାଇରସକୁ ଶୀଘ୍ର ନିୟନ୍ତ୍ରଣ କରିହେବ। ସେ କହିଛନ୍ତି ଯେ ବର୍ତ୍ତମାନ ସମୟ ତୁଳନାରେ ସ୍ପାନିଶ ଫ୍ଲୁୂ ସମୟରେ (୧୯୧୮) ରେ ସ୍ଥିତି ସୁବିଧାଜନକ ଥିଲା, କାରଣ ସେତେବେଳେ ଜଗତିକରଣ ହୋଇନଥିଲା। ବିଶ୍ୱରେ ଗମନାଗମନ ବ୍ୟବସ୍ଥାର ସେତେ ଉନ୍ନତି ହୋଇନଥିଲା। ଏହି କାରଣରୁ ସ୍ପାନିଶ ଫ୍ଲୁ ବିଶ୍ୱର ସବୁ ଦେଶକୁ ବ୍ୟାପିପାରିନଥିଲା। କିନ୍ତୁ ବର୍ତ୍ତମାନର ଜଗତୀକରଣ ଓ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଯୋଗୁଁ ଦ୍ରୁତଗତିରେ ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିଯାଇଛି। ତେବେ ଆଧୁନିକ ଯୁଗରେ ଚିକିତ୍ସା ବିଜ୍ଞାନ ଓ ଟେକ୍ନୋଲୋଜିରେ ଉନ୍ନତି ଯୋଗୁଁ ରୋଗକୁ ଶୀଘ୍ର ନିୟନ୍ତ୍ରଣ କରିବା ସମ୍ଭବ ହେଉଛି। ଉନ୍ନତ ଟେକ୍ନୋଲୋଜିକୁ ବ୍ୟବହାର କରି ଆମେ ଟୀକା, ଔଷଦ ଆଦି ତିଆରି କରିପାରୁଛୁ।