ନନ୍ଦନକାନନ ଆସିବ ଧଳା ଗଣ୍ଡା ଓ ଆଫ୍ରିକା ସିଂହ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନନ୍ଦନକାନନକୁ ଆସିବେ ଆଉ ୨ ନୂଆ ସଦସ୍ୟ। ପଶୁ ପ୍ରେମୀମାନଙ୍କ ପାଇଁ ଏହା ବେଶ ଖୁସିର ଖବର ଯେ ନନ୍ଦନକାନନକୁ ଏକ ଧଳା ଗଣ୍ଡା ଓ ଆଫ୍ରିକା ସିଂହ ଅଣାଯିବା ପାଇଁ କଥାବାର୍ତ୍ତା ଚାଲିଛି।
ନନ୍ଦନକାନନ ଜୈବିକ ଉଦ୍ୟାନର ପରିଚାଳକ ସୁଶିଲ ପଲ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସିଙ୍ଗାପୁର ସରକାରଙ୍କ ସହ ଧଳା ଗଣ୍ଡା ଓ ଶ୍ରୀଲଙ୍କା ସରକାରଙ୍କ ସହ ଆଫ୍ରିକା ସିଂହ ପାଇଁ କଥାବର୍ତ୍ତା ହେଉଛି। ଏଥିସହ ଅନ୍ୟ ଆକର୍ଷିକ ଏବଂ ବିଲୁପ୍ତ ପ୍ରଜାତିର ପଶୁପକ୍ଷୀଙ୍କୁ ଅଣାଯିବା ପାଇଁ ଯୋଜନା ହେଉଥିବା କହିଛନ୍ତି।