ହ୍ୱିଲଚେୟାର ଫେନ୍ସିଂରେ ଭାଗନେବେ ୩ ଓଡ଼ିଆ

ଭୁବନେଶ୍ୱର, ଏନ୍ଏନ୍ଏସ୍: ନେଦରଲାଣ୍ଡର ରାଜଧାନୀ ଆମଷ୍ଟରଡାମରେ ଗୁରୁବାରଠାରୁ ଆରମ୍ଭ ହେଉଛି ହ୍ୱିଲଚେୟାର ଫେନ୍ସିଂ ୱାର୍ଲ୍ଡକପ୍। ଏହି ସମ୍ମାନଜନକ ଚାମ୍ପିଅନଶିପରେ ସଫଳତା ପାଇଲେ ଜଣେ ଖେଳାଳି ଟୋକିଓ ପାରାଅଲିମ୍ପକ୍ସକୁ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ରହିଛି। ଏଥିରେ ଭାଗନେଇଥିବା ୩ ଓଡ଼ିଶା ଫେନ୍ସର ହେଲେ ରମେଶ ରାଓ, ରାଖାଲ କୁମାର ସେଠୀ ଓ ଦେବାମୃତ ସାହୁ।

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ସଫଳତା ପାଇଥିବା ଉଭୟ ରମେଶ ଓ ରାଖାଲଙ୍କ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ରହିଛି। ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରମେଶ ଜାତୀୟସ୍ତରରେ ୧୭ଟି ଓ ଅନ୍ତର୍ଜାତୀୟସ୍ତରରେ ୧୧ଟି ପଦକ ଜିତିସାରିଛନ୍ତି। ରାଖାଲଙ୍କ କ୍ଷେତ୍ରରେ ଏହି ସଂଖ୍ୟା ଜାତୀୟସ୍ତରରେ ୧୫ ଓ ଅନ୍ତର୍ଜାତୀୟସ୍ତରରେ ୧୦ରେ ସୀମିତ ରହିଛି। ଦେବାମ୍ୟତ ପ୍ରଥମଥର ବିଶ୍ୱକପରେ ଅଂଶଗ୍ରହଣ କରୁଥିଲାବେଳେ ସମସ୍ତ ପ୍ରତିଯୋଗୀ ପଦକ ଜିତିବେ ବୋଲି ଆଶାପ୍ରକାଶ କରିଛନ୍ତି।