ସାଢ଼େ ୭ଲକ୍ଷ ଟଙ୍କାର ମାଛ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲା ଧାମରାରେ ଏକ ବିରଳ ପ୍ରଜାତିର ମାଛ ଧରାଯାଇଛି। ତେବେ ଏହି ମାଛର ଓଜନ ଏକ କ୍ୱିଣ୍ଟାଲରୁ ଅଧିକ ହେବ। ସୂଚନା ଅନୁସାରେ ମଙ୍ଗଳବାର ରାତିରେ ମତ୍ସ୍ୟଜୀବୀମାନେ ମାଛଧରୁଥିବାବେଳେ ଏହି ବିରଳ ପ୍ରଜାତିର ମାଛଟି ତାଙ୍କ ଜାଲରେ ଫଶିଯାଇଥିଲା। ତେବେ ଏହି ମାଛର ନାମ ହ୍ୱେଲ ସାର୍କ ବୋଲି ଜଣାଯାଇଛି।

ତେବେ ଏହି ମାଛ ଧରାଯିବା ପରେ ଏହା ଜେଟିରେ ପହଞ୍ଚିବାପରେ ମାଛ କିଣିବାକୁ ନେଇ ବେପାରୀଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ତେବେ କିଲୋପ୍ରତି ୭୦୦୦ ଟଙ୍କାରେ ମୋଟ ୭ଲକ୍ଷ ଟଙ୍କାରେ ଏହାକୁ ବିକ୍ରି କରାଯାଇଛି। ଚେନ୍ନାଇର ଜଣେ ବ୍ୟବସାୟୀ ଏହି ମାଛକୁ ଚଢ଼ା ଦରରେ କିଣିଥିବା ଜଣାଯାଇଛି।