ଆଜି କମ୍ପିବ ବଙ୍ଗ ମୈଦାନ; ରୋଡ ଶୋ’ ସହ ଜନସଭା କରିବେ ଶାହ-ନଡ୍ଡା

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତାକାଲି ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଏହି ମଧ୍ୟରେ ଆଜି ବିଜେପି ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହ।

ଗୃହମନ୍ତ୍ରୀ ଅମିତ ଶାହ ଆଜି ମୋଟ ୪ ପର୍ଯ୍ୟାୟରେ ପ୍ରଚାର କରିବେ। ପ୍ରଥମେ ତେହଟ୍ଟାରେ ପୂର୍ବାହ୍ଣ ସାଢ଼େ ୧୧ଟାରେ ଏକ ଜନସଭାକୁ ସମ୍ବୋଧିତ କରିବେ। ମଧ୍ୟାହ୍ନ ୧ଟାରେ କ୍ରିଷ୍ଣାନଗର ଉତ୍ତରରେ ଏକ ବିଶାଳ ରୋଡ ଶୋ’ କରିବେ। ପୁଣି ୩ଟାରେ ବାରାକପୋରରେ ଆଉ ଏକ ରୋଡ ଶୋ’ କରିବା ପରେ ଖରଦାହରେ ଜନସଭା କରିବେ।

ସେପଟେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ୍ପି ନଡ୍ଡା ବଙ୍ଗଳାରେ ୫ଟି ରୋଡ ଶୋ’ ଓ ରାଲି କରିବେ। କତୱାରେ ଜନସଭା କରିବା ପରେ ବର୍ଦ୍ଧମାନ ଓ କୋଲକାତା ନର୍ଥ ସୁବରବନରେ ରୋଡ ଶୋ’ କରିବେ। ଏହା ପରେ ଦୁଇ ବୈଠକ କରି ଦିଲ୍ଲୀ ଫେରିଯିବେ। ଆସନ୍ତାକାଲି ପଶ୍ଚିମବଙ୍ଗରେ ୪୫ଟି ସିଟ ପାଇଁ ପଞ୍ଚମ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ୩୦ଟି ଆସନରେ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ୩୦ଟି ଆସନ, ତୃତୀୟ ପର୍ଯ୍ୟାୟ ୩୧ଟି ଆସନ ଓ ଚତୁର୍ଥ ପର୍ଯ୍ୟାୟ ୪୪ଟି ଆସନରେ ହୋଇଥିଲା।