ଭବାନୀପୁରରେ ଜାରି ରହିଛି ଭୋଟ୍ ଗଣତି, ୨ୟ ରାଉଣ୍ଡ ଶେଷ ଶୁଦ୍ଧା ୨୫୦୦ ଭୋଟ୍‌ରେ ଆଗୁଆ ଦିଦି

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗରେ ୩ ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିବା ବେଳେ ଆଜି ସକାଳୁ ଆରମ୍ଭ ହୋଇଛି ଭୋଟ୍ ଗଣନା। ୩ଟି ଆସନ ମଧ୍ୟରୁ ଭବାନୀପୁରରେ ହାଇଭୋଲଟେଜ ନିର୍ବାଚନ ଦେଖିବାକୁ ମିଳିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରୁ ଲଢିଥିଲେ। ଆଜି ସକାଳ ୮ରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ଏବେ ସୁଦ୍ଧା ୨ ରାଉଣ୍ଡ ଭୋଟ୍ ଗଣନା ଶେଷ ହୋଇଛି। ବର୍ତ୍ତମାନ ଭବାନୀପୁର ଆସନରେ ମମତା ବାନାର୍ଜୀ ୨୫୦୦ ଭୋଟ୍‌ରେ ଆଗୁଆ ରହିଥିବା ସୂଚନା ମିଳିଛି।

ପ୍ରଥମ ରାଉଣ୍ଡରେ ଅନ୍ୟ ଦୁଇ ପ୍ରାର୍ଥୀଙ୍କୁ ପଛରେ ପକାଇ ଦିଦି ପାଖାପାଖି ୨୮୦୦ ଭୋଟ୍‌ରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ବିଜେପି ଓ ଟିଏମସି ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିଛି। ବିଜେପି ପ୍ରାର୍ଥୀ ପ୍ରୀୟଙ୍କା ଟିବ୍ରେୱାଲ ମଧ୍ୟ ଦ୍ୱିତୀୟରେ ଲିଡ୍ କରୁଥିବାର ନଜର ଆସୁଛନ୍ତି। ଭବାନୀପୁରରେ ଦିଦିଙ୍କ ଭାଗ୍ୟ ପରୀକ୍ଷା ସରିଥିବା ବେଳେ ଆଜି ଫଳାଫଳର ଦିନ। ଅନ୍ୟପଟେ ନିର୍ବାଚନ ସମୟରୁ ଦିଦିଙ୍କୁ କଡା ଟକ୍କର ଦେଇ ଆସୁଛନ୍ତି ପ୍ରୀୟଙ୍କା ଯାହାକୁ ନେଇ ଉପନିର୍ବାଚନ ଅତି ରୋଚକ ହୋଇଥିବା ବେଳେ ଭାବନୀପୁର ଗାଦି କିଏ ହାସଲ କରିବ ଏବଂ ଭବାନୀପୁର ବାସୀ କାହା ଉପରେ ଭରଷା କରିବେ ତାକୁ ନେଇ ପୁରା ପଶ୍ଚିମବଙ୍ଗରେ ଲାଗି ରହିଛି ଉତ୍କଣ୍ଠା।