ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜକୁ ନେଇ ଦିଦି ଅସନ୍ତୋଷ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାତ୍ୟା ‘ଅମ୍ଫାନ’ର ସମୀକ୍ଷା କରିବା ପାଇଁ ପଶ୍ଚିମବଙ୍ଗ ଓ ଓଡ଼ିଶା ଗସ୍ତ କରିଛନ୍ତି। ପ୍ରଥମେ ସେ ପଶ୍ଚିମବଙ୍ଗ ଗସ୍ତ କରି ଆକାଶମାର୍ଗରୁ ବାତ୍ୟାର ସମୀକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ୧ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତାଙ୍କ କହିବା ମୁତାବକ କ୍ଷୟକ୍ଷତି ୧ଲକ୍ଷ କୋଟିର ହୋଇଛି ଏବଂ ପ୍ୟାକେଜ ମାତ୍ର ୧ହଜାର କୋଟି ଟଙ୍କାର ଦିଆଯାଉଛି। ସେ ଆହରୁ କହିଛନ୍ତି କି ପ୍ରଧାନମନ୍ତ୍ରୀ କେବଳ ୧ ହଜାର କୋଟି ଟଙ୍କା ଘୋଷଣା କରିଦେଲେ କିନ୍ତୁ ଏଥି ସହିତ ଜଡ଼ିତ ଅନେକ ସୂଚନା ପ୍ରଦାନ କଲେ ନାହିଁ। ଅମ୍ଫାନ ଯୋଗୁ ୧ଲକ୍ଷ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ଆଉ ଏମିତି ବି ପୂର୍ବରୁ ବାକି ଥିବା ୫୬ ହଜାର କୋଟି ଟଙ୍କା ଆମର କେନ୍ଦ୍ରଠାରୁ ପାଇବାର ଅଛି।