ଉତ୍ତରପ୍ରଦେଶରେ ରବିବାର ଲକଡାଉନ

ଲଖନଉ: ଉତ୍ତରପ୍ରଦେଶରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଯୋଗୀ ଆଦିତ୍ୟନାଥ ସରକାର ରବିବାର ୱିକେଣ୍ଡ ଲକଡାଉନ ଘୋଷଣା କରିଛନ୍ତି। ଲକଡାଉନ ଅବଧି ଶନିବାର ରାତି ୮ଟାରୁ ଆରମ୍ଭ ହୋଇ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ଲାଗୁ ହେବ। ଏଥିସହିତ ମାସ୍କ ନପିନ୍ଧିଲେ ପ୍ରଥମଥର ହଜାରେ ଓ ଦ୍ୱିତୀୟଥର ୧୦ ହଜାର ଟଙ୍କା ଜୋରିମାନା ଭରିବାକୁ ପଡ଼ିବ।

ଉତ୍ତରପ୍ରଦେଶର ସମସ୍ତ ସହରୀ ଓ ଗ୍ରାମୀଣ କ୍ଷେତ୍ର ରବିବାର ବନ୍ଦ ରହିବ। ଆବଶ୍ୟକ ସେବାକୁ ଛାଡ଼ି ସବୁ ବଜାର ଓ ଅଫିସ ବନ୍ଦ ରହିବ। ଏହି ସମୟରେ ବ୍ୟାପକ ସାନିଟାଇଜେସନ ଅଭିଯାନ ଚାଲିବ। ଏଥିସହିତ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ ବୋଲି ଜଣାପଡ଼ିଛି।