ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଘୋଷଣା କଲେ କେଜ୍ରିୱାଲ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। କରୋନା ଚେନକୁ ଭାଙ୍ଗିବା ପାଇଁ ଦିଲ୍ଲୀରେ ଏବେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ ହେବ। ଏହି ସମୟରେ ଜିମ୍, ମଲ୍, ସ୍ପା ସବୁ ବନ୍ଦ ରହିବ। ଜରୁରୀ କାର୍ଯ୍ୟ ପାଇଁ କର୍ଫ୍ୟୁ ପାସ୍ ଦିଆଯିବ। ବିବାହ ପାଇଁ ସ୍ୱତନ୍ତ୍ର ପାସ୍ ଜରିଆରେ ଅନୁମତି ମିଳିବ। ୩୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ରେଷ୍ଟୁରାଣ୍ଟରେ ବସି ଖାଇବା ମନା ସେଥିପାଇଁ କେବଳ ହୋମ୍ ଡେଲିଭରି ହେବ ବୋଲି ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀ ହସ୍ପିଟାଲରେ ଶଯ୍ୟାର କୌଣସି ଅଭାବ ନାହିଁ। କିନ୍ତୁ ଏହି ମହାମାରୀ ସହ ଲଢ଼ିବା ପାଇଁ ଆବଶ୍ୟକ କରୁଥିବା ରୋଗୀଙ୍କୁ ଶଯ୍ୟା ମିଳିବା ଉଚିତ। ଏବେ ବି ୫୦୦ଟି ଶଯ୍ୟା ଖାଲି ଅଛି। ଏବେ ଅକ୍ସିଜେନ ଶଯ୍ୟା ସଂଖ୍ୟା ଆହୁରି ବଢ଼ାଯାଉଛି।