ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରର ୱେବ୍ ସାଇଟ ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଭବ୍ୟ ସମାରୋହ ବିଡିଓ ରଶ୍ମିରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗଦେଇ ଲୋକାର୍ପିତ କରିଥିଲେ । ସମ୍ମାନିତ ଅତିଥି ରୂପେ ପାଟଣାଗଡ଼ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ଓ ଏଇ ମହେଶ ଲାଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ହରିଶଙ୍କର ମନ୍ଦିରକୁ ନେଇ ଏକ ୱେବସାଇଟ୍ ବିଡିଓଙ୍କ ନିଜସ୍ୱ ଉଦ୍ୟମରେ ପ୍ରସ୍ତୁତ ହୋଇଥିବାବେଳେ ଏହି ୱେବସାଇଟ୍ ଦ୍ୱାରା ଜନସାଧାରଣ ହରିଶଙ୍କର ମନ୍ଦିର ସମ୍ପର୍କରେ ବିଭିନ୍ନ ତଥ୍ୟ ଜାଣିପାରିବେ । ଏହାସହ ହରିଶଙ୍କରରେ ଥିବା ମିଶନ ଶକ୍ତି କାଫେ ଓ ପାନ୍ଥନିବାସର ବୁକିଙ୍ଗ ଅନଲାଇନ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ହରିଶଙ୍କର ପର୍ଯ୍ୟଟନ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବାବେଳେ ଏବେ ତା’ର ଉନ୍ନୟନ କାମ ଆରମ୍ଭ ହୋଇଛି । ମିଶନ ଶକ୍ତି ମହିଳାଙ୍କ ଦ୍ୱାରା ପରିଚାଳିତ କାଫେରେ ପର୍ଯ୍ୟଟକ କିପରି ଠିକ ସେବା ପାଇପାରିବେ ସେନେଇ କହିଥିଲେ । ଉତ୍ସବରେ ବ୍ଲକ୍ କର୍ମଚାରୀ ସମେତ ମିଶନ ଶକ୍ତି ସଦସ୍ୟା ଉପସ୍ଥିତ ଥିଲେ ।