ଦୁର୍ବଳ ହେଲା ବୁଲବୁଲ୍, ପଶ୍ଚିମବଙ୍ଗରେ ୮ ମୃତ

କୋଲକତା,ଏଜେନ୍ସି: ଘୂର୍ଣ୍ଣିଝଡ ବୁଲବୁଲରେ ପଶ୍ଚିମ ବଙ୍ଗଳାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏଥିରେ ୮ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଅନ୍ୟପଟେ ଏହି ବାତ୍ୟାରେ କୋଟି କୋଟି ଟଙ୍କାର ଫସଲ ନଷ୍ଟ ହୋଇଯାଇଥିବାବେଳେ ୨ଲକ୍ଷ ୯୭ହଜାର ଲୋକ ପ୍ରଭାବିତ ହୋଇଛନ୍ତି।

At Amrabati village at Fraserganj, huge damage caused due the cyclon Bul Bul landfall on 9th November in Sagar island and adjecent area in South 24 parganas district.Express photo by Partha Paul

 

ବାତ୍ୟା ‘ବୁଲବୁଲ୍’ ଲ୍ୟାଣ୍ଡଫଲ୍‌ ଏବେ ଦୁର୍ବଳ ହେବାରେ ଲାଗିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।। ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ସାଗରଦ୍ୱୀପ-ଖେପୁପରା ମଧ୍ୟରେ ବୁଲ୍‌ବୁଲର ଲ୍ୟାଣ୍ଡଫଲ୍‌ କରିଥିଲା। ବାତ୍ୟା ‘ବୁଲବୁଲ୍’ ସ୍ଥଳ ଭାଗ ଛୁଇଁବା ପ୍ରକ୍ରିୟା ରାତି ପ୍ରାୟ ସାଢ଼େ ୯ଟାରେ ଆରମ୍ଭ ହୋଇଥିଲା। ୩ରୁ ୪ ଘଣ୍ଟା ଧରି ତାଣ୍ଡବ ରଚିବା ପରେ ‘ବୁଲ୍‌ବୁଲ’ ସ୍ଥଳ ଭାଗ ଛୁଇଁଥିଲା। ଏହି ସମୟରେ ପବନର ବେଗ ୧୧୫ରୁ ୧୨୫ କିମି ରହିଥିଲା। ତେବେ ଏହାର ପ୍ରଭାବରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଥିବା ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି। ବାତ୍ୟା ସ୍ଥିତିକୁ ଦେଖି ପଶ୍ଚିମବଙ୍ଗ ସରକାର ଲକ୍ଷେ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଯାଇଥିବା ଖୋଦ୍‌ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି।

ସେହିପରି କୋଲକତା ବିମାନ ବନ୍ଦରରୁ ସମସ୍ତ ସେବାକୁ ସାମୟିକ ବନ୍ଦ ରଖାଯାଇଛି। ଅନେକ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ବାତ୍ୟାରେ ଜଣେ ଲୋକଙ୍କ ଜୀବନ ଯାଇଥିବା ଖବର ମିଳିଛି। ତଳିଆ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ କ୍ଷୟକ୍ଷତି ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ବୁଲ୍‌ବୁଲ ଲ୍ୟାଣ୍ଡଫଲ୍‌ କରିବା ବେଳେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିବା ପାଣିପାଗ ବିଭାଗ ରେକର୍ଡ଼ କରିଛି। ବିଶେଷକରି ଇଷ୍ଟ ମେଦନାପୁର, ଦକ୍ଷିଣ-ଉତ୍ତର ଚବିଶ ପ୍ରଗଣା ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି।