ସୁନ୍ଦରବନରେ ‘ବୁଲବୁଲ୍‌’ର ଲ୍ୟାଣ୍ଡଫଲ୍‌: ଉପକୂଳ ଓଡ଼ିଶାରେ ଅପରାହ୍ଣରୁ ବର୍ଷା, କାଲି ପବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶୁକ୍ରବାର ଉପକୂଳ ଓଡ଼ିଶାରେ ୩୫ରୁ ୪୫ କିମି ବେଗରେ ପବନ ବହିବା ସହ ବର୍ଷା ହେଉଛି। ଶନିବାର ସକାଳେ ଏହା ୫୫ରୁ ୭୫ କିମି ପର୍ୟ୍ୟନ୍ତ ବଢ଼ିବ। ପରେ ମଧ୍ୟାହ୍ନରୁ ସନ୍ଧ୍ୟା ଯାଏ ପବନର ବେଗ ୭୦ରୁ ୯୦ କିମି ଛୁଇଁବ। ବିଶେଷକରି କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ,ମୟୂରଭଞ୍ଜ ଜିଲ୍ଲାରେ ପବନ ହେବ ବୋଲି କୁହାଯାଉଛି। ବିଶେଷ କରି ମୟୂରଭଞ୍ଜ ଜିଲ୍ଲାରେ ପବନ ବେଗ ୪୦ ରୁ ୫୦ ରହିବ । ପୂର୍ବାହ୍ନରେ ‘ବୁଲବୁଲ୍‌’ ପାରାଦୀପଠାରୁ ୩୫୦କି.ମି. ଦୂରରେ ଥିଲା ଘଣ୍ଟାକୁ ୧୨ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି ।

ସୁନ୍ଦରବନର ଡେଲଟା ଅଂଚଳରେ ସ୍ଥଳଭାଗ ଛୁଇଁବ ବାତ୍ୟା ବୁଲବୁଲ । ତେବେ ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବ ।