ପାଣି କମାଇବ ମୋଟାପଣ, ଜାଣନ୍ତୁ କିପରି

(ନିତିଦିନ ବ୍ୟୁରୋ): ବର୍ତ୍ତମାନ ସମୟ ଆସିଛି ମୋଟାପଣକୁ ବାୟବାୟ କରି ଫିଟ୍ ରହିବା ପାଇଁ। ହେଲେ ଭାରତରେ ଅନେକ ଲୋକ ଅଛନ୍ତି ଫିଟ ରହିବାକୁ ଚାହାଁନ୍ତି ହେଲେ ମୋଟାପଣ ଯୋଗୁଁ ତାହା ସମ୍ଭବ ହୋଇପାରେ ନାହିିଁ। ମୋଟାପଣ ଏପରି ଏକ ସମସ୍ୟା ଯାହା ଏବେ ସମସ୍ତଙ୍କର ଚିନ୍ତାର କାରଣ ହୋଇଛି। ଆଜିକାଲିର ଖରାପ ଜୀବନଶୈଳୀ ଓ ବାହାରର ମସଲାଯୁକ୍ତ ଖାଦ୍ୟ ଯୋଗୁ ଲୋକମାନେ ମୋଟାପଣର ଶିକାର ହେଉଛନ୍ତି। ଓଜନ କମାଇବା ଲାଗି ଲୋକେ ଅନେକ ବ୍ୟାୟାମ କରିବା ସହ ଔଷଧ ଖାଇଥାନ୍ତି। ହେଲେ ଆଶା ମୁତାବକ ଏଥିରୁ ଫାଇଦା ମିଳି ନଥାଏ। ଯଦି ଆପଣ ଏପରି ସମସ୍ୟାରେ ପଡିଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। କାରଣ ଏପରି ଏକ ସହଜ ଉପାୟ ଅଛି, ଯାହାକୁ ଆପଣେଇଲେ ମୋଟାପଣରୁ ମୁକ୍ତି ମିଳିପାରିବ। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପାଣି ପିଇ ଜଣେ ବହୁତ ସହଜରେ ଓଜନ କମାଇ ପାରିବେ।

 କିଛି ମୋଟା ପିଲାଙ୍କୁ ନେଇ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଥଣ୍ଡା ପାଣି ପିଇବା ଦ୍ୱାରା କ୍ୟାଲୋରୀ ଶୀଘ୍ର ବର୍ଣ୍ଣ ହୋଇଯାଏ। ସାଧାରଣତ ଖାଇବା ପୂର୍ବରୁ ପାଣି ପିଇବା ଦ୍ୱାରା ଭୋକ କମିଯାଏ। ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁମାନେ ଖାଦ୍ୟ ଖାଇବା ପୂର୍ବରୁ ପାଣି ପଇଥିଲେ ସେମାନଙ୍କ ମଧ୍ୟରୁ ୪୪ ପ୍ରତିଶତ ଓଜନ ହ୍ରାସ କରିଛନ୍ତି। ଅନ୍ୟପଟେ ଯେଉଁମାନେ ଭୋଜନ ପରେ ତୁରନ୍ତ, ପାଣି ପିଉଥିଲେ ସେମାନଙ୍କର ଓଜନ ବୃଦ୍ଧି ହୋଇଛି। ତେବେ ଏହା ପ୍ରମାଣ କରୁଛି ଯେ ଭୋଜନ ପୂର୍ବରୁ ପାଣି ପିଇବା ଓଜନ ହ୍ରାସ ପାଇଁ ଲାଭଦାୟକ। ଯଦି ଆପଣ ଜଳଖିଆ ପୂର୍ବରୁ ପାଣି ପିଅନ୍ତି, ତେବେ ଭୋଜନ ସମୟରେ କ୍ୟାଲୋରୀ ପରିମାଣ ୧୩ ପ୍ରତିଶତ କମିଯାଏ। ପାଣିରେ କ୍ୟାଲୋରୀ ନଥାଏ ଫଳରେ ଏହାଶୀଘ୍ର ଫ୍ୟାଟ୍ ବର୍ଣ୍ଣ କରିଥାଏ। ସକାଳେ ଭାରି ଜଳଖିଆ ବଦଳରେ ପ୍ରଚୁର ପାଣି ପିଅନ୍ତୁ। ଏହା କେବଳ ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ ନାହିଁ ବରଂ ଆପଣଙ୍କ ଚେହେରାରେ ଚମକ ମଧ୍ୟ ଆଣିଥାଏ।