କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ପଂଚାୟତ ସ୍ଥିତ ସାରଦାଗୁଡା ଗ୍ରାମର ପ୍ରାୟ ୭୦ ପରିବାର ପାଇଁ ପାନୀୟ ଜଳ ସମସ୍ୟା ର ସମାଧାନ ନିମନ୍ତେ ପ୍ରାୟ ଦୁଇ ବର୍ଷ ପୂର୍ବେ ଗ୍ରାମରେ ସୋଲାର ପ୍ରକଳ୍ପ ନିର୍ମାଣ କରାଯାଇଥିଲା। କିଛି ମାସ ର ବ୍ୟବହାର ପରେ ଏହା ଅଚଳ ହୋଇଯାଇଥିଲା। ଏହାପରେ ପ୍ରଶାସନ ତାହାକୁ ମରାମତି କରିଥିଲେ। ମରାମତିର କିଛିମାସ ପରେ ପୁଣିଥରେ ଏହା ପୂର୍ବ ପରି ଅଚଳ ହୋଇଯାଇଛି । କିନ୍ତୁ ଏହି ଘଟଣା କୁ ଦୀର୍ଘ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ମରାମତି କିମ୍ବା ଏହାର ସ୍ଥାୟୀ ସମାଧାନ କରାଯାଉନଥିବା ସ୍ଥାନୀୟ ଲୋକେ ତଥା ୱାର୍ଡମେମ୍ବର କସା ମାଢି ଅଭିଯୋଗ କରିଛନ୍ତି ।
ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହାର ସମାଧାନ ହୋଇନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ସୋଲାର ପାଣି ଟାଙ୍କିକୁ ପାଣି ଯୋଗାଉଥିବା ନଳକୂପ ମଧ୍ୟ ଅଚଳ ହୋଇପଡିଛି । ଆଗକୁ ଖରାଦିନ ଆସୁଥିବାରୁ ଏହି ଯାନ୍ତ୍ରିକ ତ୍ରୁଟିକୁ ନ ସଜଡା ଗଲେ ଜଳ ସଙ୍କଟ ଦେଖାଯିବା ଆଶଙ୍କା କରାଯାଉଅଛି ଏଥିପ୍ରତି ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।