ଲଗାଣ ବର୍ଷାରେ ମଲରପଦା ନାଳ ପୋଲ ଉପରେ ପାଣି; ଯୋଗାଯୋଗ ବିଚ୍ଛିନ୍ନ

ପାଟଣା,ଏନ୍ଏନ୍ଏସ୍: ଲଘୁଚାପ ଜନିତ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ବୈତରଣୀ ନଦୀର ଜଳସ୍ତର ବଢିବା ସହିତ ଶାଖା ନାଳରେ ବନ୍ୟାଜଳ ପ୍ରଭାହିତ ହେଉଛି। ଫଳରେ ରାଜନଗର ସାହାରପଡା ରାସ୍ତାର ମଲରପଦା ନାଳ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ପାଟଣା ଓ ସାହାରପଡା ବ୍ଲକ ର ୮ ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ନାଳ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସାହରପଡା ବ୍ଲକର ଜୁମେଇଁ, ଖୁଣ୍ଟାପିଙ୍ଗୁ, ମଲାରପଦା, ଖଜିରାପାଟ, ପଡ଼ିଆପଶି ଆଦି ଗ୍ରାମକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଲୋକେ ଜରୁରୀ ସେବାରୁ ବଞ୍ଚିତ ହୋଇଛନ୍ତି। ସେହିପରି ଲଗାଣ ବର୍ଷାରେ ରାଜନଗର ଗ୍ରାମର କାମୀ ସେଠୀଙ୍କ ଘର ଭାଙ୍ଗିଥିବା ସୂଚନା ମିଳିଛି।