ଚନ୍ଦ୍ରପୃଷ୍ଠରେ ମିଳିଲା ପାଣିର ସନ୍ଧାନ

ନୂଆଦିଲ୍ଲୀ,ଏଜେନ୍ସି: ଚନ୍ଦ୍ର ପୃଷ୍ଠରେ ମିଳିଲା ପାଣିର ସନ୍ଧାନ। ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସା ଚନ୍ଦ୍ରରେ ପାଣି ଠାବ କରିଛନ୍ତି। ପାଣିର ଆବିଷ୍କାର ନାସାର ଷ୍ଟ୍ରାଟୋସ୍ଫିୟର ଅବଜରଭେଟରି ଫର୍ ଇନଫ୍ରାରେଡ ଆଷ୍ଟୋନୋମି(ସୋଫିୟା) କରିଛି। ଏହାର ଉପଯୋଗ ପିଇବା ଏବଂ ରକେଟ୍ ଇନ୍ଧନ ଉତ୍ପାଦନ ପାଇଁ କରାଯିବ। ସୋଫିୟା ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ସ୍ଥିତ ଏବଂ ପୃଥିବୀ ଦେଖାଯାଉଥିବା ସବୁଠୁ ବଡ଼ ଗର୍ତ୍ତରେ ଏକ ‘କ୍ଲୋଭିୟସ୍’ରେ ପାଣିର ଅଣୁଗୁଡ଼ିକ ଠାବ କରିଛନ୍ତି। ଏବେ ସୁଦ୍ଧା ହୋଇଥିବା ଅଧ୍ୟୟନରେ ଚନ୍ଦ୍ରପୃଷ୍ଠରେ ହାଇଡ୍ରୋଜେନର କିଛି ଅଂଶ ବିଷୟରେ ଜଣା ପଡ଼ିଥିଲା କିନ୍ତୁ ପାଣି ଏବଂ ପାଣିର ହାଇଡ୍ରାସ୍କିଲର ସୂଚନା ମିଳିନଥିଲା।

ନାସାର ବିଜ୍ଞାନ ମିଶନ ନିର୍ଦେଶାଳୟରେ ଆଷ୍ଟୋଫିଜିକ୍ସ ବିଭାଗର ନିର୍ଦେଶକ କହିଛନ୍ତି ଯେ ପ୍ରଥମେ ଏପରି ସଙ୍କେତ ଥିଲା ଯେ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟଙ୍କ ପଟେ ଏଚଟୁଓ ଥାଇପାରେ। ଏବେ ଏହାକୁ ସେଠାରୁ ଠାବ କରାଯାଇଛି। ନେଚର ଆଷ୍ଟୋନୋମିର ନିକଟରେ ପ୍ରକାଶିତ ଏହି ଅଧ୍ୟୟନର ରିପୋର୍ଟ ମୁତାବକ ଚନ୍ଦ୍ରର ଏହି ସ୍ଥାନର ଡାଟାରେ ୧୦୦ରୁ ୪୧୨ ପାର୍ଟ ପ୍ରତି ମିଲିୟନର ସାନ୍ଦ୍ରତାରେ ପାଣିର ସନ୍ଧାନ ମିଳିଛି।